ଦିଗବିଜୟ ସିଂହଙ୍କ ଜୀବନରେ ଘୋଟି ଆସିଥିଲା କାଳରାତ୍ରି : ତାଙ୍କ ଝିଅଙ୍କ ସହ ଯାହା ହୋଇଥିଲା ଜାଣିଲେ କାନ୍ଦିବେ ଆପଣ

Published By : Prameya-News7 Bureau | April 16, 2019 IST

ନୂଆଦିଲ୍ଲୀ ୧୬/୪: ସବୁଠୁ ବଡ଼ ବିରୋଧୀ ଦଳ କଂଗ୍ରେସ ଏବେ ୨୦୧୯ର ନିର୍ବାଚନ ପ୍ରସ୍ତୁତି ପାଇଁ ନିଜର କଳ ବଳ କୈାଶଳ ଲଗାଇ ସାରିଛି। ସମସ୍ତେ ଜାଣିଛନ୍ତି ଯେ ନିକଟରେ କଂଗ୍ରେସ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିଛି । ଆଜି ଆମେ ଏପରି ଏକ କଂଗ୍ରେସ ନେତାଙ୍କ ବିଷୟରେ କହିବା ଯିଏ କେବଳ ପାର୍ଟିର ବରିଷ୍ଠ ନେତା ନୁହଁନ୍ତି ବରଂ କଂଗ୍ରେସରେ ତାଙ୍କ ବରାବର ରାହୁଲ ଗାନ୍ଧୀ ଅଛନ୍ତି।

{"id":103916,"width":595,"height":397}

ସେ ଆଉ କେହି ନୁହଁନ୍ତି ବରଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ରହିଥିବା ଦିଗବିଜୟ ସିଂହ। ଦିଗବିଜୟ ସିଂହଙ୍କୁ ତାଙ୍କ ଅଞ୍ଚଳର ଲୋକମାନେ ଦିଗୀ ରାଜା ଭାବେ ସମ୍ବୋଧନ କରନ୍ତି। ଆଜି ଆମେ ଦିଗବିଜୟ ସିଂହଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ଏପରି ଘଟଣା କହିବା ଯାହା ଜାଣି ଆପଣଙ୍କ ମନ ଅତ୍ୟନ୍ତ ଦୁଃଖ ହୋଇଯିବ।

{"id":103917,"width":595,"height":446}

ଦିଗବିଜୟ ସିଂହ କେବେ ନିଜ ବୟାନବାଜିକୁ ନେଇ ତ କେବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଦିଗବିଜୟ ସିଂହଙ୍କ ୩ଝିଅଙ୍କ ମଧ୍ୟରୁ କର୍ଣ୍ଣିକା ସିଂହ ସବୁଠୁ ସାନ ଏବଂ ସୁନ୍ଦରୀ ଥିଲେ। ସେ କେବଳ ସୁନ୍ଦରୀ ନଥିଲେ ବରଂ ସବୁଠୁ ପ୍ରତିଭାମୟୀ ଥିଲେ। ସେ ଛୋଟ ହୋଇଥିବାବେଳେ ତାଙ୍କୁ କ୍ୟାନସର ରୋଗ ହୋଇଥିଲା। ଯାହା ଫଳରେ କର୍ଣ୍ଣିକାଙ୍କ କିଛି ଦିନ ପରେ ଦେହାନ୍ତ ହୋଇଯାଇଥିଲା। କମ୍ ବୟସରେ ଝିଅକୁ ହରାଇ ଦିଗବିଜୟ ସିଂହ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପାର୍ଟିର ସଦସ୍ୟ ଏବଂ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ଦିଗବିଜୟ ସିଂହଙ୍କୁ ତାଙ୍କ ଦ୍ବିତୀୟ ପତ୍ନୀ ଅମୃତା ସମ୍ଭାଳିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.