Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

‘ଟାଇଗର ଅଭି ଜିନ୍ଦା ହେ’ ଉପରେ ସିନ୍ଧିଆଙ୍କୁ ଜବାବ ଦେଲେ ଦିଗବିଜୟ, କହିଲେ- ଗୋଟିଏ ଜଙ୍ଗଲରେ କେବଳ ଗୋଟିଏ ସିଂହ ହିଁ ରହିଥାଏ

3/07/2020 at 4:26 PM

ନୂଆଦିଲ୍ଲୀ ୦୩।୦୭: ‘ଟାଇଗର ଅଭି ଜିନ୍ଦା ହେ’ ଏହି ଟିପ୍ପଣୀକୁ ନେଇ ମଧ୍ୟ ପ୍ରଦେଶରେ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟାଇଗର ଅଭି  ଜିନ୍ଦା ହେ ବୟାନ ଉପରେ ଶୁକବାର ପ୍ରତି ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଜଙ୍ଗଲରେ ଗୋଟିଏ ହିଁ ସିଂହ ରହିଥାଏ। ଏହା ବ୍ୟତୀତ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହ ନିଜର ଅତୀତକୁ ମନେ ପକାଇ କହିଛନ୍ତି ଯେ, ଯେବେ ସିଂହଙ୍କ ଶିକାର ପ୍ରତିବନ୍ଧିତ ନଥିଲା, ତେବେ ସେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆଙ୍କ ସହିତ ସିଂହର ଶିକାର କରୁଥିଲେ।

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମନ୍ତ୍ରି ପରିଷଦ ବିସ୍ତାର କରିବାର ଗୋଟିଏ ଦିନ ପରେ ସିନ୍ଧିଆଙ୍କ ଉପରେ ଆକ୍ଷେପ କରିଛନ୍ତି ଦିଗବିଜୟ ସିଂହ। ଏହି କ୍ୟାବିନେଟ୍‌ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ସିନ୍ଧିଆଙ୍କ ସମର୍ଥକଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଇଛି।

ଉଲ୍ଲେଖନୀୟ ମନ୍ତ୍ରିପରିଷଦର ବିସ୍ତାର ପରେ ଗଣମାଧ୍ୟମ ସହ ଆଲୋଚନା କରି ସିନ୍ଧିଆ କଂଗ୍ରେସ ଉପରେ ନିଜର ଏବଂ ନିଜ ସମର୍ଥକଙ୍କ ଛବି ଖରାପ କରିବାର ଆରୋପ ଲଗାଇ ଗୁରୁବାର କହିଥିଲେ ଯେ, କଂଗ୍ରେସକୁ ମୁଁ ସଂପୂର୍ଣ୍ଣ ଭାବେ ଜବାବ ଦେବି। ଏବେ କେବଳ କମଲନାଥ ଜୀ ଏବଂ ଦିଗବିଜୟ ସିଂହଙ୍କ ପାଇଁ ଏତିକି କହିବାକୁ ଚାହୁଁଛି ଯେ, ‘ଟାଇଗର ଅଭି ଜିନ୍ଦା ହେ’।

ଏହାର ଜବାବରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି, ସମୟ ବଡ ବଳବାନ। ବିଜେପିର ଭବିଷ୍ୟତ କିଏ ଜାଣିଛି। କିଏ ଜାଣେ ଏହି ମନ୍ତ୍ରିପରିଷଦ ବିସ୍ତାରରେ ବିଜେପିର କେତେ ଟାଇଗରକୁ ଜୀବନ୍ତ କରି ଦେଇଛି। ଦେଖି ଚାଲନ୍ତୁ ଆଗକୁ କଣ ହେଉଛି। ସେ କହିଛନ୍ତି ଯେ, ସିଂହର ଗୋଟିଏ ଚରିତ୍ର, ଗୋଟିଏ ଜଙ୍ଗଲରେ କେବଳ ଗୋଟିଏ ସିଂହ ହିଁ ରହିଥାଏ।

   Related Posts