ମଧ୍ୟପ୍ରଦେଶ ହାଇଡ୍ରାମା : ଦିଗବିଜୟ ସିଂହଙ୍କୁ ଧାରଣାସ୍ଥଳରୁ ଉଠାଇଲା ପୋଲିସ, କହିଲେ ବିଧାୟକଙ୍କ ଜୀବନ ପ୍ରତି ବିପଦ ରହିଛି
18/03/2020 at 9:34 AM

ବେଙ୍ଗାଲୁରୁ ୧୮।୦୩: ମଧ୍ୟପ୍ରଦେଶରେ ହାଇଡ୍ରାମା ଜାରି ରହିଛି । ବିଧାନସଭାରେ ଆସ୍ଥା ପରୀକ୍ଷଣ ନେଇ ସସ୍ପେନ୍ସ ଜାରି ରହିଛି । ବୁଧବାର ଦିନ ସୁପ୍ରିମକୋର୍ଟରେ ଆସ୍ଥା ନେଇ ରାୟ ଶୁଣାଇବେ । କିନ୍ତୁ ଏପଟେ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କୁ ଅଟକ କରିଛି କର୍ଣ୍ଣାଟକ ପୋଲିସ । ବେଙ୍ଗାଲୁରୁ ସ୍ଥିତ ରାମଡା ହୋଟେଲ୍ ବାହାରେ ଧାରଣାରେ ବସିଥିଲା ଦିଗ୍ବିଜୟ ସିଂହ । ବାଗୀ ବିଧାୟକଙ୍କୁ ଭେଟିବା ଦାବି ନେଇ ହୋଟେଲ ବାହାରେ ଧାରଣାରେ ବସିଥିଲେ । ପୋଲିସ ବାରମ୍ବାର ବୁଝାଇବା ପରେ ମଧ୍ୟ ଧାରଣାରୁ ଉଠିନଥିଲେ । ଶେଷରେ ତାଙ୍କୁ ଧାରଣାସ୍ଥଳରୁ ଉଠାଇ ପୋଲିସ ।
ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ରାମଡା ହୋଟେଲ୍ରେ କଂଗ୍ରେସର ୨୧ଜଣ ବାଗୀ ବିଧାୟକ ରହୁଛନ୍ତି । ମଧ୍ୟପ୍ରଦେଶ ସିନ୍ଧିଆଙ୍କ ଇସ୍ତାଫା ଦେବା ଦିନ ଠାରୁ ସମସ୍ତ ବିଧାୟକ ବେଙ୍ଗାଲୁରୁରେ ଆସି ରହୁଛନ୍ତି । ତେବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସମସ୍ତ ବାଗୀ ବିଧାୟକଙ୍କୁ ସାକ୍ଷାତ କରିବାକୁ ପାଇଁ ବେଙ୍ଗାଲୁରୁ ଆସିଛନ୍ତି । ସମସ୍ତ ବାଗୀ ବିଧାୟକଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଥିଲା ଦିଗବିଜୟ । ତେବେ ପରିସ୍ଥିତି ଦେଖି ଦିଗବିଜୟ ସିଂହ ହୋଟେଲ ବାହାରେ ଧାରଣା ବସିଥିଲା । ଧାରଣାରେ ବସିବା ସମୟରେ ଦିଗବିଜୟ ସିଂହ କହିଥିଲେ ଯେ, କଂଗ୍ରେସ ପକ୍ଷରୁ ମୁଁ ରାଜ୍ୟସଭାକୁ ମନୋନୀତ ହୋଇଛି । ଆସନ୍ତା ୨୬ମାର୍ଚ୍ଚରେ ମତଦାନ । ମୋ ଦଳର ବିଧାୟକମାନଙ୍କ ଏଠାରେ ବନ୍ଦୀ କରି ରଖାଯାଇଛି । ସେମାନେ ମୋ ସହିତ ଦେଖା କରିବାକୁ ଚାହୁଁଛନ୍ତି । କିନ୍ତୁ ପୋଲିସ ସେମାନଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ଦେଉନାହିଁ । ବିଧାୟକମାନଙ୍କ ସହିତ ମୋର ଫୋନରେ କଥା ହୋଇଛି । କିନ୍ତୁ ପୋଲିସ ସେମାନଙ୍କ ଫୋନ ଛଡାଇ ନେଇଛି । ବିଧାୟକମାନଙ୍କୁ ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି ।
ମଙ୍ଗଳବାର ଦିନ ବାଙ୍ଗାଲୋରରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ପ୍ରେସ୍ମିଟ୍ କରିଥିଲା । ପ୍ରେସ୍ମିଟ୍ରେ ଗଣମାଧ୍ୟମ ସାମ୍ନାରେ କହିଥିଲେ ଯେ, ଆମେ ଏଠାରେ ନିଜ ଇଚ୍ଛାରେ ରହିଛୁ । ରାଜ୍ୟ ଆମେ ମିଶି କମଳନାଥଙ୍କ ସହ ସରକାର ଗଢିଥିଲୁ । କିନ୍ତୁ ଆମ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଆମେ ନେତା । ଆମେ ଭୋପାଳ ଫେରିବାକୁ ଚାହୁଁଛି । ଯଦି କେନ୍ଦ୍ର ସୁରକ୍ଷା କର୍ମୀ ଆମକୁ ସୁରକ୍ଷା ଯୋଗାଇଦେବେ । ତେବେ ଆମେ ଭୋପାଳ ଫେରିବାକୁ ପ୍ରସ୍ତୁତ । ସେହିପରି ବିଜେପିରେ ଯୋଗଦେବା ପ୍ରସଙ୍ଗରେ ବାଗୀ ବିଧାୟକମାନ କହିଥିଲେ ଯେ, ଆଗାମୀ କାର୍ଯ୍ୟପନ୍ଥା ନେଇ ଆମେ ଚିନ୍ତା କରୁଛୁ ।