ମୋଦି ଲହରରେ ସଫା ହୋଇଗଲେ ଶତ୍ରୁଘ୍ନ, ଦିଗବିଜୟ, କହ୍ନେୟା, ଜ୍ୟୋତିରଦିତ୍ୟ

Published By : Prameya-News7 Bureau | May 23, 2019 IST

ଲୋକସଭାର ୫୪୨ ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ଅନେକ ବରିଷ୍ଠ ନେତା ନିର୍ବାଚନରେ ନିଜର ଅସ୍ତିତ୍ବ ସାବ୍ୟସ୍ତ କରିଥିବାବେଳେ ଅନେକ ନେତା ହାରି ଯାଇଛନ୍ତି । 

ମାଲିକାର୍ଜୁନ ଖାଡ଼ଗେ - କର୍ଣ୍ଣାଟକ ଗୁଲବର୍ଗ ଆସନରୁ ବରିଷ୍ଠ ନେତା ମାଲିକାର୍ଜୁନ ଖାଡ଼ଗେ ନିର୍ବାଚନ ଲଢୁଥିଲେ । ସେ ବିଜେପି ପ୍ରାର୍ଥୀ ଉମେଶ ଯାଦବଙ୍କ ଠାରୁ ପାଖାପାଖି ୪୨ ହଜାର ଭୋଟରେ ପଛୁଆ ଅଛନ୍ତି ।

{"id":115213,"align":"center","width":570,"height":351}

ରାମ କୃପାଲ ଯାଦବ - ବିହାରର ବିଜେପି ନେତା ରାମ କୃପାଲ ଯାଦବ ଆରଜେଡି ପ୍ରାର୍ଥୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ଝିଅଙ୍କ ଠାରୁ ପାଖାପାଖି ୫ ହଜାର ଭୋଟରୁ ପଛୁଆ ଅଛନ୍ତି ।

{"id":115215,"width":571,"height":320}

ଶତ୍ରୁଘ୍ନ ସିହ୍ନା - ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନା ବିଜେପିର ରବି ଶଙ୍କରଙ୍କ ଠାରୁ ୭୪ ହଜାରରୁ ଅଧିକ ଭୋଟରେ ପଛରେ ଅଛନ୍ତି ।

{"id":115216,"align":"center","width":575,"height":354}

କହ୍ନେୟା କୁମାର - ବିହାର ବେଗୁସରାଇରୁ ସିପିଆଇ ଟିକେଟରୁ ନିର୍ବାଚନ ଲଢ଼ିଥିବା କହ୍ନେୟା କୁମାର ବିଜେପି ପ୍ରାର୍ଥୀ ଗିରିରାଜ ସିଂହଙ୍କ ଠାରୁ ପାଖାପାଖି ୧ ଲକ୍ଷ ୭୭ ହଜାର ଭୋଟରେ ପଛରେ ଅଛନ୍ତି ।

{"id":115217}

ଜ୍ୟୋତିରଦିତ୍ୟ ସିନ୍ଧିଆ - କଂଗ୍ରେସ ନେତା ଜ୍ୟୋତିରଦିତ୍ୟ ସିନ୍ଧିଆ ମଧ୍ୟ ପ୍ରଦେଶ ଗୁନା ଆସନରୁ ନିର୍ବାଚନ ଲଢ଼ିଥିଲେ । ସିନ୍ଧିଆ ବିଜେପିର କେ.ପି.ଯାଦବଙ୍କ ଠାରୁ ୫୩ ହଜାର ଭୋଟ ପଛରେ ଅଛନ୍ତି ।

{"id":115218,"align":"center","width":578,"height":350}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.