Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

୨୦୧୯ ନିର୍ବାଚନ ପାଇଁ ରାଜ୍ୟର ତିନି ରାଜନୈତିକ ଦଳର ଡିଜିଟାଲ ୱାରରୁମ୍ : ଜାଣନ୍ତୁ କିଏ କେତେ ଶକ୍ତିଶାଳୀ

1/12/2018 at 6:33 PM

ଭୁବନେଶ୍ୱର ୧|୧୨: ୨୦୧୯ରେ ସାଧାରଣ ନିର୍ବାଚନ। ରାଜ୍ୟରେ ବଢିଛି ରାଜନୈତିକ ହଲ୍ ଚଲ,  ମୋର୍ଚ୍ଚା, ଶୋଭାଯାତ୍ରା, ଏହାସହ  ମିଡିଆ ଡିବେଟ। ୨୦୧୯ ଫଳାଫଳ କାହା ସପକ୍ଷରେ, ତାହା ପର କଥା, କିନ୍ତୁ ଆରମ୍ଭ ହୋଇଛି ରାଜନୈତିକ ଦଳର ରଣନୀତି । ଏହି ରଣନୀତିକୁ ତୃଣମୂଳ ସ୍ତରରେ ପ୍ରୟୋଗ କରିବାର ବଡ଼ ମାଧ୍ୟମ ସାଜିଛି ଡିଜିଟାଲ ମିଡିଆ। ୨୦୧୪ ନିର୍ବାଚନର ଡିଜିଟାଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହାକୁ ନଜରରେ ରଖି , ରାଜ୍ୟରେ ରାଜନୈତିକ ଦଳଗୁଡିକ ପ୍ରସ୍ତୁତ କରିଛନ୍ତି ଡିଜିଟାଲ ୱାରରୁମ୍ ।

୨୦୧୪ ସାଧାରଣ ନିର୍ବାଚନ। ଦେଶ ପାଇଁ ଥିଲା ନିର୍ଣ୍ଣାୟକ, ବିଜେପି ପାଇଁ ଥିଲା ଗେମ୍‌ ଚେଞ୍ଜର। ଆଣ୍ଟି ମୋଦି ରିପୋର୍ଟକୁ ମାତ ଦେଇ, ବିଜେପି ପାଇଲା ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା। ଶ୍ରେୟ ଗଲା ବିଜେପିର ପ୍ରଚାର ରଣନୀତିକୁ , ମୁଖ୍ୟତଃ ସୋସିଆଲ ମିଡ଼ିଆ କ୍ୟାମ୍ପେନକୁ। େକଥାକୁ ବିଜେପି ନେତାମାନେ ମଧ୍ୟ ସ୍ବୀକାର କରନ୍ତି ।

୨୦୧୪ରେ  ବିଜେପି ସଫଳତାର କେସ୍ ଷ୍ଟଡ଼ିର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି ରାଜ୍ୟ ରାଜନୀତିରେ । ରାଜ୍ୟର ତିନୋଟି ଅଗ୍ରଣ ରାଜନୈତିକ ଦଳ  କଂଗ୍ରେସ, ବିଜେପି ଓ ବିଜେଡି ତିଆରି କରିଛନ୍ତି ନିଜର ସ୍ବତନ୍ତ୍ର ସାଇବର ସେଲ୍ , ଏକ ପ୍ରକାର ଡିଜିଟାଲ ୱାର ରୁମ। ଆଉ ଏହି ୱାର ରୁମ୍‌ରେ ସାମିଲ ଅଛନ୍ତି ବିଭିନ୍ନ ଫିଲ୍‌ଡର ସବ୍ସେକ୍ଟ ଏକ୍ସପର୍ଟ ଓ ଟେକ୍‌ଟିକାଲ ଏକ୍ସପର୍ଟ। ଫେସ୍ବୁକ୍ ଟ୍ବିଟର, ୱାଟ୍‌ସ ଆପ ଏକ୍ସପର୍ଟ ।

ଯଦି ବିଜେପି କଥା ଦେଖିବା, ବିଜେପି ସାଇବର ସେଲ ବା ଡିଜିଟାଲ ୱିଙ୍ଗରେ  ରହିଛନ୍ତି ପ୍ରାୟ ୫୦ ଜଣିଆ ଡେଡିକେଟେଡ ଟିମ୍ । ବିଜେପି ସାଇବର ଆର୍ମିରେ ରହିଛନ୍ତି ୫୦୦ ଭଲ୍ୟୁଣ୍ଟିଆର। ଯେଉଁମାନେକି ରାଜ୍ୟସ୍ତରରୁ ଆରମ୍ଭ କରି ଜିଲ୍ଲା, ବ୍ଲକ୍ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ କାମ କରୁଛନ୍ତି। ରାଜ୍ୟସ୍ତରରୁ ଆରମ୍ଭ କରି ବୁଥଲେବଲ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ୱାଟ୍ସଆପ ଗ୍ରୁପରେ ରହିଛନ୍ତି ବିଜେପି ସକ୍ରିୟ କର୍ମୀ।    

ସଚ ଭାରତ ଟ୍ୟାଗ୍‌ ସହ ଏଜ ଓଲ୍‌ଡ ପାର୍ଟି କଂଗ୍ରେସ ଆରମ୍ଭ କରିଛି ଏହାର ଡିଜିଟାଲ କ୍ୟାମ୍ପେନ ଷ୍ଟାର୍ଟଜି।  ରାଜ୍ୟ କଂଗ୍ରେସ ଡିଜିଟାଲ ମିଡିଆଲ ସେଲ୍‌ରେ ରହିଛନ୍ତି ୨୬ ଜଣ କୋର କମିଟି ମେମ୍ବର, ୩୪ ସାଗଠନିକ ଜିଲ୍ଲା ମେମ୍ବର, ୧୪୭ ବିଧାନସଭା ସଭାପାଇଁ ଜଣେ ଜଣେ ମେମ୍ବର, ଜିଲ୍ଲାପରିଷଦ ସ୍ତରରେ ୮୫୨ ମେମ୍ବର ସହ ରାଜ୍ୟରେ ୩୬୦୦୦ ବୁଥରୁ ପ୍ରାୟ  ୬୦୦୦ ବୁଥକୁ ଯୋଡାଯାଇସାରିଲାଣି  ପାର୍ଟି ଡିଜିଟାଲ ୱିଙ୍ଗରେ। ଖାଲି କ୍ୟାମ୍ପେନ ପାଇଁ ନୁହେଁ , କମ୍ୟୁନିକେସନ କ୍ୟାମ୍ପେନ ଷ୍ଟ୍ରାଟେଜି ପାଇଁ ଏହା ଜରୁରୀ ବୋଲି କୁହନ୍ତି ରାଜ୍ୟ କଂଗ୍ରେସ ଡିଜାଟାଲ କ୍ୟାମ୍ପେନ ହେଡ। ଏହାସହ ପ୍ରଥମ ରାଜନୈତିକ ଦଳ ଭାବେ କଂଗ୍ରେସ ଆରମ୍ଭ କରିଛି ଷ୍ଟୁଡେଣ୍ଟସ୍ ଓ ୟୁଥ ମାନଙ୍କ ପାଇଁ ନିଜ ଡିଜିଟାଲ୍ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ୱିଙ୍ଗ ମୁଖ୍ୟ ଅଭିଶେକ ମହାନନ୍ଦ । 

ନିଜର ୧୮ ବର୍ଷର ଶାସନ ପତିଆରା, ରାଜ୍ୟରେ ନିଜର ମଜବୁତ କ୍ୟାଡର ସତ୍ତ୍ବେ ଶାସକ ବିଜେଡି ଦଳ ଡିଜିଟାଲ୍ କ୍ୟାମ୍ପେନ ପାଇଁ ତିଆରି କରିଛି ନିଜର ସ୍ବତନ୍ତ୍ର ଟିମ୍ ଯାହାକୁ ଲିଡ଼ କରୁଛନ୍ତି ପୂର୍ବତ୍ତନ  ପ୍ରିନସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ। ୭ଜଣିଆ ଟିମ୍‌ରେ ରହିଛନ୍ତି ଦଳର ପ୍ରବକ୍ତା ସସ୍ମିତପାତ୍ର, ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ଅମରେଶ ପତ୍ରି, ରାଣାପ୍ରତାପ ପାତ୍ର  ଓ ପ୍ରସନଜିତ୍ ପତିଙ୍କ ପରି ଟେକ୍‌ନୋଲୋଜି ଏକ୍ସପର୍ଟ।  ବିଭିନ୍ନ ଫୋରମ୍‌ର ସରକାରାଙ୍କ ଆଚିଭମେଣ୍ଟର ପ୍ରଚାର ସହ ତ୍ରୁଣମୂଳ ସ୍ତରରେ ପାର୍ଟି କର୍ମୀଙ୍କୁ ଡିଜିଟାଲ ନେଟୱର୍କରେ ଯୋଡ଼ା ଯାଇଥିବା କ୍ଲେମ କରନ୍ତି ବିଜେଡ଼ି ଆଇଟି ୱିଙ୍ଗର କୋର ମେମ୍ବର ଓ ଦଳର ପ୍ରବକ୍ତା, ସସ୍ମିତ ପାତ୍ର।

ସୋସିଆଲ ମିଡିଆ ରେସପନସିଭ ମିଡିଆ ହୋଇଥିବାର ଏହାର ଆନାଲିଟିକ୍ସକୁ ନେଇ ଷ୍ଟାର୍ଟଜି ବନାଉଛନ୍ତି ରାଜନୈତିକ ଦଳ। ତେବେ ଫେସବୁକ କେମ୍ବ୍ରିଜ ଡାଟା ଲିକ୍ ସ୍କାମ ଓ ୱାଟ୍ସଆପର କ୍ୟାମ୍ପେନ ଲିମିଟେସନ ଓ ଡାଟା ସିକ୍ୟୁଟିକୁ ଦେଖିଲେ, ନିଜର ସ୍ବତନ୍ତ୍ର ଟୁଲ୍ ଓ ଆପ ବ୍ୟବହାର କରୁଛନ୍ତି ରାଜନୈତିକ ଦଳ। ପ୍ରଥମ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପ୍ ଏହାର ଏକ ବଡ଼ ଉଦାହରଣ। ଯାହାକି ଭର୍ଚିୁଆଲ ଅଫିସ ଭାବେ କାମ କରେ ଯେଉଁଠି କେନ୍ଦ୍ରମନ୍ତ୍ରୀଙ୍କ ସହ ବିଭିନ୍ନ ସ୍ତରରେ ତ୍ରୁଣମୂଳସ୍ତର ପର୍ଯ୍ୟନ୍ତ ଭଲ୍ୟୁଣ୍ଟିଅର ଯୋଡ଼ି ହୋଇପାରିବେ ପ୍ରଧାନମନ୍ତ୍ରୀଙ୍କ ସହ। ଏହି ଆପର ଡାଉନଲୋଡ ଏପର୍ଯ୍ୟନ୍ତ ପହଞ୍ଚିଲାଣି ୫୦ ଲକ୍ଷରେ। ସେହିପରି ବିଜୁ ଜନତା ଦଳର ଆପକୁ ଗୁଗୁଲ ପ୍ଲେ ଷ୍ଟାରରୁ ଡାଉନ ଲୋଡ କରି କେହି ବି ସାମିଲ ହୋଇପାରିବ ଦଳରେ ସଦସ୍ୟ ଭାବେ ବା ଭଲ୍ୟୁଣ୍ଟିୟନ ହିସାବରେ।

ନ୍ୟୁଟ୍ରାଲିଟି, ନିଜ ଷ୍ଟୋରୀରେ ନିଜେ ହିରୋ ହେବାର ସ୍କୋପ , ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆକୁ ଦେଇଛି ୱାଇଡର ଆକ୍ସେପଟାନ୍‌ସ। ଆଉ ଇଣ୍ଟରନେଟ୍ ସହ ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର ଡିଜିଟାଲ ମିଡିଆକୁ ବନାଇଛି କ୍ୟାପେନ୍‌ର ସବୁଠୁ ବଡ଼ ୱାରଜୋନ୍‌।

   Related Posts