Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଆଜିଠାରୁ ଡିଜିଟାଲ ଭୋଟ ପରିଚୟ ପତ୍ର : ଜାଣନ୍ତୁ ଏହାକୁ ଡାଉନଲୋଡ୍ କରିବାର ପୁରା ପ୍ରକ୍ରିୟା, ନୂଆ ଭୋଟର ମଧ୍ୟ ପାଇବେ e-voter ID

25/01/2021 at 5:15 PM

ନୂଆଦିଲ୍ଲୀ ୨୫/୦୧ : କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋମବାର ନୂତନ ଭାବେ ଡିଜିଟାଲ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଛନ୍ତି । ସୋମବାର ଜାତୀୟ ଭୋଟର ଦିବସ ଉପଲକ୍ଷେ ଏହି ନୂଆ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ଆଇନ ମନ୍ତ୍ରୀ । ଆଜିଠାରୁ ଉଭୟ ନୂଆ ଏବଂ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ବ୍ୟକ୍ତିମାନେ ଓ୍ବେବ୍‌ସାଇଟ୍‌ରୁ ଭୋଟର ପରିଚୟ ପତ୍ର ଡାଉନଲୋଡ୍‌ କରିପାରିବେ ।

ତେବେ ଏହି e-EPICs ଉଭୟ ନୂଆ ଏବଂ ପୁରୁଣା ଭୋଟରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୫ ରୁ ୩୧ ଯାଏଁ ଉପଲବ୍ଧ ହେବ । ଏହି ସମୟ ମଧ୍ୟରେ କେବଳ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଭୋଟରମାନେ ଅର୍ଥାତ ପୂର୍ବରୁ ଭୋଟ ପ୍ରକ୍ରିୟାରେ ସାମିଲ ହୋଇନଥିବା ବ୍ୟକ୍ତିମାନେ ଅନଲାଇନ୍‌ରେ ଭୋଟର ପରିଚୟ ପତ୍ର ପାଇପାରିବେ ।

ଦ୍ବିତୀୟ ପର୍ଯ୍ୟାୟ e-EPICs ଫେବୃୟାରୀ ୧ ତାରିଖରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ଏବଂ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇସାରିଥିବା ବ୍ୟକ୍ତିମାନେ ଅନଲାଇନ୍‌ରେ ଭୋଟର ପରିଚୟ ପତ୍ର ପାଇପାରିବେ ।

କିପରି କରିବେ ଡାଉନଲୋଡ୍‌

ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍‌ (voterportal.eci.gov.in) ଓ୍ବେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହି ଆପ୍‌ ଗୁଗୁଲ ପ୍ଲେ ଷ୍ଟୋର (Play store)ରେ ଉପଲବ୍ଧ ହେବ । ଏହି ଆପ୍ ଡିଜିଟାଲ ଲକର୍‌ ଆପ୍ଲିକେଶନ୍‌ ସାଇଟ୍‌ରେ ଉପଲବ୍ଧ ହେବ ।

ନୂତନ ଭାବେ ଭୋଟର ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି, ଯେଉଁମାନେ କି ଭୋଟ୍‌ ପରିଚୟ ପତ୍ରର ହାର୍ଡ କପି ପାଇନଥିବେ କେବଳ ଫର୍ମ-୬ ପୂରଣ କରି e-voter ପରିଚୟ ପତ୍ର ପାଇପାରିବେ । ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ କେବଳ ଭୋଟର ID ଏବଂ ମୋବାଇଲ ନମ୍ବର ଦେଇ e-voter ପରିଚୟ ପତ୍ର ପାଇପାରିବେ ।

   Related Posts