ଡିଜିଟାଲ ନେଣଦେଣରେ ଭାରତ ନମ୍ବର ୧, ବହୁ ପଛରେ ଚୀନ୍ ଓ ଆମେରିକା : ୨୦୨୦ରେ କେବଳ ଭାରତରେ ୨୫୦୦ କୋଟି ଡିଜିଟାଲ ଟ୍ରାଞ୍ଜାକ୍ସନ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ,୦୫/୦୪:  ଦେଶରେ ଅନଲାଇନ୍ ନେଣଦେଣକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି ଜନତା । ଇଲେକ୍ଟ୍ରୋନିକ୍ ବା ଅନଲାଇନ୍ ମାଧ୍ୟମରେ ଅଧିକାଂଶ ଟ୍ରାଞ୍ଜାକ୍ସନ କରୁଛନ୍ତି । ବିଲ୍ ପେମେଣ୍ଟଠୁ ସପିଂ ପର୍ଯ୍ୟନ୍ତ ଅନେକ ଅନଲାଇନରେ ପେମେଣ୍ଟ କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ ୨୦୨୦ରେ ଦେଶରେ ହୋଇଥିବା ଡିଜିଟାଲ ଟ୍ରାଞ୍ଜାକ୍ସନ ଚୀନ୍ ଓ ଆମେରିକାଠୁ ବହୁତ ଆଗରେ ରହିଛି ।

ଏସିଆଇ ଓ୍ୱାର୍ଲଡ୍ ଓ୍ୱାଇଡ୍ର ରିପୋର୍ଟ ଅନୁସାରେ,  ଗତବର୍ଷ ଦେଶରେ ପ୍ରାୟ ୨୫.୫ ବିଲିୟନ ବା ୨୫୦୦ କୋଟିରୁ ଅଧିକ ରିଅଲ ଟାଇମ୍ ଟ୍ରାଞ୍ଜାକ୍ସନ ହୋଇଥିବା ରେକର୍ଡ କରାଯାଇଛି । ଏହି ସଂଖ୍ୟା ଚାଇନାରେ ୧୫.୭ ବିଲିୟନ ଥିବା ବେଳେ ଦକ୍ଷିଣ କୋରିଆରେ ୬ ବିଲିୟନ, ଥାଇଲାଣ୍ଡରେ ୫.୨ ବିଲିୟନ ଓ ୟୁକେରେ ୨.୮ ବିଲିୟନ ରହିଛି । ଏହି ତାଲିକାରେ ଆମେରିକା ବହୁ ପଛରେ ରହିଯାଇଛି । ଗତବର୍ଷ ଏଠାରେ ମାତ୍ରା ୧.୨ ବିଲିୟନ ଅନଲାଇନ୍ ଟ୍ରାଞ୍ଜାକ୍ସନ ହୋଇଛି ।

ଇନଷ୍ଟାଣ୍ଟ୍ ପେମେଣ୍ଟ ଦ୍ୱାରା ୧୫.୬ ପ୍ରତିଶତ ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ ଅନ୍ୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ୨୨.୯ ପ୍ରତିଶତ ଟ୍ରାଞ୍ଜାକ୍ସନ ହୋଇଛି । ତେବେ ଏହା ସତ୍ତ୍ୱେ ନଗଦ କାରବାର ମଧ୍ୟ ପଛରେ ନାହିଁ । ଏବେବି ନଗଦ କାରବାର ଦେଶରେ ସିଂହଭାଗ ଅକ୍ତିଆର କରିଛି । ଯାହା ମୋଟ୍ ଟ୍ରାଞ୍ଜାକ୍ସନର ୬୧.୪ ପ୍ରତିଶତ ଅଟେ ।

ଏହି ସଂଖ୍ୟା ୨୦୨୫ରେ ବଦଳିବ ବୋଲି ଅନୁମାନ କରାଯାଉଛି । ଇନଷ୍ଟାଣ୍ଟ ପେମେଣ୍ଟ ଭଲ୍ୟୁମ ୨୦୨୫ସୁଦ୍ଧା ୩୭ ପ୍ରତିଶତ ହେବା ନେଇ ଆକଳନ କରାଯାଇଥିବା ବେଳେ ଅନ୍ୟ ଇଲେକ୍ଟ୍ରୋନିକ୍ ଟ୍ରାଞ୍ଜାକ୍ସନର ହାର ମଧ୍ୟ ୩୪ ପ୍ରତିଶତକୁ ବୃଦ୍ଧି ପାଇପାରେ । ଏପରି ହେଲେ ନଗଦ ଅର୍ଥ କାରବାର ୨୮ ପ୍ରତିଶତକୁ ଖସି ଆସିବ । ୨୦୨୪ରେ ହିଁ ଅନଲାଇନ୍ ଟ୍ରାଞ୍ଜାକ୍ସନ ୫୦ ପ୍ରତିଶତ ଟପିପାରେ ବୋଲି ଆଶା କରାଯାଉଛି । 

ନ୍ୟାଶନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅନୁସାରେ, ଏନପିସିଆଇ ଦେଶରେ ପିପିଆଇ ଓ ୟୁପିଆଇ ଟ୍ରା଼ଞ୍ଜାକ୍ସନ ପାଇଁ ଡିଜିଟାଲାଇଜେସନ୍ ବୃଦ୍ଧି ପାଇଛି । ମାସକୁ ମାସ ୟୁପିଆଇ ଟ୍ରା଼ଞ୍ଜାକ୍ସନ ହାରରେ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଉଛି । ଫେବ୍ରୁଆରୀରେ ଅପେକ୍ଷା ମାର୍ଚ୍ଚ ୨୦୨୧ରେ ୪.୨୫ ଲକ୍ଷ କୋଟି ଟଙ୍କାର ୟୁପିଆଇ ଟ୍ରାଞ୍ଜାକ୍ସନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.