Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ବସି ସପିଂ ମଲରେ ବୁଲି କିଣିବାର ମଜା ନେଇ ପାରିବେ –ଆସୁଛି ଡିଜିଟାଲ ସପିଂ ମଲ

21/10/2019 at 10:33 PM

ନୂଆଦିଲ୍ଲୀ ୨୧।୧୦ – ଘରେ ବସି ମଲ୍ ର ସୁବିଧା ନେଇପାରିବେ ଗ୍ରାହକ   ଆଉ ଯିବାକୁ ପଡ଼ିବନି ମଲ୍ । ଘରେ ବସି କରିପାରିବେ ସପିଂ । ୨୦୨୦ରେ ଦେଶକୁ ମିଳିବ ପ୍ରଥମ ଡିଜିଟାଲ ମଲ୍ । ତେବେ ଦିଲ୍ଲୀ-ଏନସିଆରରେ ପ୍ରଥମେ ଏହି ସୁବିଧା ଉପଲବ୍ଧ ହେବ।  ଜାନୁଆରୀ ମାସରେ ପ୍ରଥମ ଡିଜିଟାଲ୍ ମଲ୍ ର ଲଞ୍ଚିଂ କରିବାକୁ ଲକ୍ଷ୍ୟ ରଖିଛି ଡିଜିଟାଲ୍ ମଲ୍ ଅଫ୍ ଏସିଆ ।  ନକଲି ପ୍ରଡକ୍ଟ ଡେଲିଭରିରୁ ମୁକ୍ତି ପାଇବା ପାଇଁ ଏହି ଡିଜିଟାଲ୍ ମଲ୍ ର ବ୍ୟବସ୍ଥା ହୋଇଛି ।

ଏହା ସାଧାରଣ ମଲ୍ ପରି କାମ କରିବ । ମଲ୍ ରେ ଆପଣ ଯେମିତି ସାମଗ୍ରୀ କିଣନ୍ତି ଏଠି ମଧ୍ୟ ସମାନ ଢଙ୍ଗରେ କିଣିପାରିବେ । ମଲ୍ ପରି ଏଠାରେ ମଧ୍ୟ ଆପଣ ଟ୍ରାଏଲ ନେଇ ପାରିବେ । ତେବେ ଏସବୁ ହେବ ଡିଜିଟାଲ୍ ମାଧ୍ୟମରେ । ଏହି ଡିଜିଟାଲ୍  ମଲରେ କେବଳ ବ୍ରାଣ୍ଡେଣ୍ଡ ସାମଗ୍ରୀ ମିଳିବ, ଯାହା ଫଳରେକି ଗ୍ରାହକଙ୍କୁ ଆଉ ଠକାମୀର ଶିକାର ହେବାକୁ ପଡ଼ିବ ନାହିଁ ।

   Related Posts