Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ନିର୍ବାଚନ ଆୟୋଗର ଡିଜିଟାଲ ଗୁଇନ୍ଦା ସେନା ନିର୍ବାଚନ ଉପରେ ରଖିବ ନଜର

17/03/2019 at 12:05 PM

ଦିଲ୍ଲୀ ୧୪/୩ : ସୋସିଆଲ ମିଡ଼ିଆ ମାର୍ଫତ ‘ଡିଜିଟାଲ ଗୁଇନ୍ଦା ସେନା’ର ବିସ୍ତାର ବଢ଼ାଇ ଦେଇଛି ନିର୍ବାଚନ ଆୟୋଗ | ‘ସୀ-ବିଜିଲ’ ନାମକ ଏକ ମୋବାଇଲ ଆପ ଲଞ୍ଚ କରିବା ପରେ ଏହି ଆପକୁ ଉପଭୋକ୍ତାଙ୍କ ମୋବାଇଲରେ ଡାଉନଲୋଡ଼ କରେଇବା ଅଭିଯାନ ଆରମ୍ଭ କରିଛି | ଏହି ଆପ ଜରିଆରେ ଯେକୌଣସି ନାଗରିକ ନିର୍ବାଚନବେଳେ ଆଦର୍ଶ ଆଚରଣ ବିଧିରେ ଅବହେଳା ହେଉଥିବା ଫଟୋ କିମ୍ବା ଭିଡିଓ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇ ପାରିବେ | ୧୦୦ ମିନିଟ ମଧ୍ୟରେ ଆୟୋଗ ଏନେନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ଏନେଇ ପଞ୍ଜାବ ନିର୍ବାଚନ ଆୟୋଗ ମୁଖ୍ୟ ଅଧିକାରୀ ଡ.ଏସ.କରୁଣା ରାଜୁ ସୂଚନା ଦେଇଛନ୍ତି |

ଦେଶରେ ସ୍ମାର୍ଟ ଫୋନ ବ୍ୟବହାର ତାଲିକାରେ ପଞ୍ଜାବ ୩ୟ ସ୍ଥାନରେ ରହିଛି | ସେଥିପାଇଁ ପଞ୍ଜାବ ନିର୍ବାଚନ ଆୟୋଗ ଚଣ୍ଡୀଗଡ଼ କାର୍ଯ୍ୟାଳୟରେ ଗତକାଲି ଏକ ବୈଠକରେ ‘ସୀ-ବିଜିଲ’ ମୋବାଇଲ ଆପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ | ଏହି ଆପ କୁ ନିର୍ବାଚନ ଆୟୋଗ ଗେମ ଚେଞ୍ଜର ଭଳି ବ୍ୟବହାର କରିବ | ଏହି ଆପ ଡାଉନଲୋଡ଼ କରିବା ପରେ ହିଁ ଜଣେ ବ୍ୟକ୍ତି ନିର୍ବାଚନ ଆୟୋଗ ସହ ସଂଯୋଜିତ ହୋଇପାରିବେ |  

ଏହି ମୋବାଇଲ ଆପ ୨୦୧୮ ମସିହାରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନବେଳେ ଟ୍ରାଏଲ କରାଯାଇଥିଲା | ଆପ ଜରିଆରେ ପାଖାପାଖି ୨୮ ହଜାର ଅଭିଯୋଗ ହୋଇଥିଲା | ନିର୍ବାଚନ ଆୟୋଗ ସୂଚନା ଅନୁଯାୟୀ, ଏହି ଅଭିଯୋଗରୁ ୭୫ ପ୍ରତିଶତ ଅଭିଯୋଗ ଠିକ ଥିଲା |

ନିର୍ବାଚନ ଆୟୋଗ ସୋସିଆଲ ମିଡ଼ିଆରେ ମଧ୍ୟ ନଜର ରଖିଛନ୍ତି | କରୁଣା ରାଜୁଙ୍କ କହିବାନୁଯାୟୀ, ରାଜନୈତିକ କ୍ଷେତ୍ରରେ ଯେଭଳି ଏହାର ଅପବ୍ୟବହାର ନେହବ ସେଥିପାଇଁ ମୋବାଇଲ ଆପ ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓ ନେବ ନାହିଁ | ଗୋତିଏଥର ଫଟୋ କିମ୍ବା ଭିଡିଓ ରେକର୍ଡ କରାଯିବା ପରେ ଅଭିଯୋଗକାରୀଙ୍କୁ ଘଟଣାର ରିପୋର୍ଟ ପାଇଁ ୫ ମିନିଟ ସମୟ ଦିଆଯାଇଥାଏ | ଏହି ଆପ ଦ୍ୱାରା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲା କମିଯିବା ସହ ଦେଶର ସାଧାରଣ ଜନତା ମଧ୍ୟ ନିର୍ବାଚନୀ ବ୍ୟବସ୍ଥାରେ ସକ୍ରିୟ ଭୂମିକା ଗ୍ରହଣ କରିବେ |

   Related Posts