କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ପୋଲିସ ଅଧିକାରୀଙ୍କ ପାଇଁ ଲଞ୍ଚ୍ ହେଲା ଡିଜିଟାଲ୍ ‘Remembrance Wall’
26/04/2020 at 4:20 PM

ଲୁଧିଆନା ୨୬।୪: ପଞ୍ଜାବ ପୋଲିସ ଶନିବାର ଦିନ ମୃତକ ଏସିପି ଅନୀଲ କୋହଲିଙ୍କ ସହକର୍ମୀ, ପରିବାର, ବନ୍ଧୁ ଏବଂ ପ୍ରଶଂସକ ତାଙ୍କୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ଡିଜିଟାଲ ‘Remembrance Wall’ ଲଞ୍ଚ କରିଛି । ଯେଉଁଥିରେ ସାହସୀ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଡ୍ୟୁଟିରେ ଥିବାବେଳେ କରୋନା ଭାଇରସ୍ ସଂକ୍ରମଣରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ଏସିପି ଅନୀଲ କୋହଲି ଦେଶର ପ୍ରଥମ ପୋଲିସ ଅଧିକାରୀ ଯାହାର ଲୁଧିଆନାରେ ଅପ୍ରେଲ ୧୮ରେ କୋଭିଡ-୧୯ ସଂକ୍ରମିତ ଯୋଗୁଁ ମୃତ୍ୟୁ ହୋଇଥିଲା ।
ପୋଲିସ କମିଶନର ରାକେଶ କୁମାର ଅଗ୍ରୱାଲ କହିଛନ୍ତି ଯେ, ପଞ୍ଜାବ ପୋଲିସ ଦ୍ବାରା ଡିଜିଟାଲ ‘Remembrance Wall’ ଉନ୍ମୋଚନ ଅବସରରେ ତାଙ୍କ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ ଏହାର ସୃଷ୍ଟି ଏବଂ ଲଞ୍ଚ କରିବାର ପଦକ୍ଷେପ ନେଇଥିବାରୁ ରାଜ୍ୟ ପୋଲିସକୁ ପ୍ରଶଂସା କରିଛନ୍ତି । ଏହାକୁ www.inthelineofduty.in URLରେ ହୋଷ୍ଟ କରାଯାଇଛି । ଏଥିରେ ଲୋକମାନେ ସାହସୀ ଅଧିକାରୀଙ୍କ ସ୍ମୃତିରେ ବାର୍ତ୍ତା ପୋଷ୍ଟ କରିପାରିବେ ।