ଗଣମାଧ୍ୟମ ପ୍ରତିନିଧିଙ୍କ ଆକାଉଣ୍ଟର ଗୁଇନ୍ଦାଗିରି ପରେ ଅସୁବିଧାରେ ହ୍ୱାଟସ୍ଆପ୍, ଡିଜିଟାଲ୍ ପେମେଣ୍ଟ ଫିଚର୍ ଉପରେ ଲାଗିପାରେ ରୋକ୍

Published By : Prameya-News7 Bureau | November 04, 2019 IST

ନୂଆଦିଲ୍ଲୀ୪/୧୧: ଇନଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ହ୍ବାଟ୍‌ସଆପ୍‌ ଭାରତରେ ନିଜରେ ଡିଜିଟାଲ ପେମେଣ୍ଟ ସେବା ଆରମ୍ଭ କରିବାକୁ ଯାଉଛି। କିନ୍ତୁ ହ୍ୟାକିଂ ଭୟ ଯୋଗୁଁ ଏହା ଉପରେ ପ୍ରତିବନ୍ଧକ ଲାଗି ପାରେ। ସର୍ବ ପ୍ରଥମେ ହ୍ୱାଟସ୍‌ଆପ୍‌ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସରକାର ହାସଲ କରିବା ପରେ ଡିଜିଟାଲ୍‌ ପେମେଣ୍ଟ ପାଇଁ ଅନୁମତି ଦେଇପାରନ୍ତି। ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ପେମେଣ୍ଟ ସିଷ୍ଟମ ପାଇଁ ସୁରକ୍ଷିତ ପ୍ଲାଟଫର୍ମ ନିହାତି  ଆବଶ୍ୟକ।

ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ହ୍ବାଟସଆପ୍‌ରେ ଆକାଉଣ୍ଟ ହ୍ୟାକ୍‌ ହେଲେ ଏହାର ସୁରକ୍ଷା ଉପରେ ପ୍ରଶ୍ନ ନିଶ୍ଚିୟ ଉଠିବ। ଡାଟା ବା ଆକାଉଣ୍ଟ ହୋଲଡର୍‌ଙ୍କ ତଥ୍ୟର ସୁରକ୍ଷା ନେଇ ସରକାର ହ୍ବାଟସଆପକୁ ଜାବାବା ମାଗିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ହ୍ୱାଟସ୍‌ଆପ୍‌ ପକ୍ଷରୁ କିଛି ଉତ୍ତର ଆସି ନାହିଁ।

ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଭାରତରେ ୪୦ କୋଟିରୁ ଅଧିକ ୟୁଜର୍ସ ହ୍ବାଟସଆପରେ ଆକ୍ଟିଭ୍‌ ଅଛନ୍ତି। ଗତ ବର୍ଷ ୧୦ ଲକ୍ଷ ୟୁଜର୍ସଙ୍କୁ ନେଇ ପେମେଣ୍ଟ ସିଷ୍ଟମ ସର୍ଭିସର ଟେଷ୍ଟିଂ ହ୍ୱାଟସ୍‌ଆପ୍‌ ଆରମ୍ଭ କରିଥିଲା। ହ୍ବାଟସଆପରେ ଡିଜିଟାଲ ପେମେଣ୍ଟ ହେଲେ ଗୁଗଲ ଓ ପେଟିଏମ ସହ କଡ଼ା ଟକ୍କର ହେବ ବୋଲି ଡିଜିଟାଲର ବରିଷ୍ଠ ଅଧିକାରୀ କହିଛନ୍ତି।

ଇସ୍ରାଏଲ୍‌ର  ଗୁପ୍ତଚର ବା ଗୁଇନ୍ଦା ସଂସ୍ଥା ଏନଏସଓ ଗ୍ରୁପ ଉପରେ ହ୍ୱାଟସ୍‌ଆପ୍‌ସଂଗୀନ ଅଭିଯୋଗ ଆଣିଛି । ପୋଗାସାସ୍‌ ମାଧ୍ୟମରେ ଭାରତୀୟ ପ ଗଣମାଧ୍ୟମ ପ୍ରତିନିଧି ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଆକାଉଣ୍ଟ ବିଷୟରେ ଗୁଇନ୍ଦାଗିରି କରାଯାଇଥିଲା। ଏହି ଘଟଣାରେ ଇସ୍ରାଏଲ୍‌ ଗୁପ୍ତଚର କମ୍ପାନୀ ବିରୋଧରେ ହ୍ୱାଟସ୍‌ଆପ୍‌ ମକଦ୍ଦମା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.