Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆସନ୍ତା ବର୍ଷରୁ ଖୋଲିବ ଡିଜିଟାଲ ମଲ: ବଜାର ଯିବାଠୁ ଆରମ୍ଭ କରି ଠକେଇ ପର୍ଯ୍ୟନ୍ତ ସବୁ ଝିନ୍‌ଝଟ ଖତମ୍…

21/10/2019 at 12:24 PM

ନୂଆଦିଲ୍ଲୀ୨୧|୧୦: ଆଉ ଯିବାକୁ ପଡ଼ିବନି ମଲ୍ । ଘରେ ବସି କରିପାରିବେ ସପିଂ । ହଁ, ଆମେ କହୁଛୁ ଡିଜିଟାଲ୍ ମଲ୍‌ର କଥା ।୨୦୨୦ରେ ଦେଶକୁ ମିଳିବ ପ୍ରଥମ ଡିଜିଟାଲ ମଲ୍ । ତେବେ ପ୍ରଥମେ ଦିଲ୍ଲୀ-ଏନସିଆରରେ ପ୍ରଥମେ ଏହି ସୁବିଧା ଉପଲବ୍ଧ ହେବ।  ଜାନୁଆରୀ ମାସରେ ପ୍ରଥମ ଡିଜିଟାଲ୍ ମଲ୍ ର ଲଞ୍ଚିଂ କରିବାକୁ ଲକ୍ଷ୍ୟ ରଖିଛି ଡିଜିଟାଲ୍ ମଲ୍ ଅଫ୍ ଏସିଆ ।  

ବର୍ତ୍ତମାନ ସମୟରେ ଢେର୍ ଚାଲିଛି ଅନଲାଇନ୍ ଶପିଂ । ହେଲେ ଏଥିରେ ଅନେକ ସମୟରେ ନକଲି ପ୍ରଡକ୍ଟ ଡେଲିଭରି ହେଉଥିବାର ଦେଖାଯାଇଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ, ଗ୍ରାହକଙ୍କୁ ତାଙ୍କର ମନ ପସନ୍ଦର ସାମଗ୍ରୀ ଦେବା ପାଇଁ ଏହି ଡିଜିଟାଲ୍ ମଲ୍‌ର ବ୍ୟବସ୍ଥା ହୋଇଛି । ଏଥିରେ ଆପଣ ନିଜ କମ୍ପ୍ୟୁଟର, ଲ୍ୟାପଟପ୍ ଏବଂ ମୋବାଇଲ୍ ଫୋନ ଜରିଆରେ ସାମଗ୍ରୀ କିଣିପାରିବେ ।  

ଏହା ସାଧାରଣ ମଲ୍ ପରି କାମ କରିବ । ମଲ୍ ରେ ଆପଣ ଯେମିତି ସାମଗ୍ରୀ କିଣନ୍ତି ଏଠି ମଧ୍ୟ ସମାନ ଢଙ୍ଗରେ କିଣିପାରିବେ । ମଲ୍ ପରି ଏଠାରେ ମଧ୍ୟ ଆପଣ ଟ୍ରାଏଲ ନେଇ ପାରିବେ । ତେବେ ଏସବୁ ହେବ ଡିଜିଟାଲ୍ ମାଧ୍ୟମରେ । ଏହି ଡିଜିଟାଲ୍‌ ମଲରେ କେବଳ ବ୍ରାଣ୍ଡେଡ ସାମଗ୍ରୀ ମିଳିବ, ଯାହା ଫଳରେକି ଗ୍ରାହକଙ୍କୁ ଆଉ ଠକାମୀର ଶିକାର ହେବାକୁ ପଡ଼ିବ ନାହିଁ ।

ଭାରତ ପରି ଚୀନ ଆଉ ଜାପାନ ପରି ଦେଶରେ ମଧ୍ୟ ଏଭଳି ଡିଜିଟାଲ ମଲ୍‌ ଲଞ୍ଚ୍‌ ହେବ। ତେବେ ଭାରତରେ ପ୍ରଥମେ ଦିଲ୍ଲୀ-ଏନସିଆର ପରେ ଲକ୍ଷ୍ନୌ, ଭୁବନେଶ୍ବର, ମାଙ୍ଗାଲୋର, ମୁମ୍ବାଇ, ବେଙ୍ଗଳୁରୁ, ଚେନ୍ନାଇ, ହାଇଦ୍ରାବାଦ ଆଦି ସହରରେ ଡିଜିଟାଲ ମଲ୍ ଖୋଲିବାକୁ ଯୋଜନା ହୋଇଛି ।

   Related Posts