Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକିବ ଡିଜିଟାଲ୍ ଲକ୍‌, ଖାତାରେ ରହିବ ସିକ୍ୟୁରିଟି କୋର୍ଡ

13/02/2020 at 4:19 PM

କଟକ ୧୩।୨: ଗତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଘଟଣା ପରେ ଚଳିତ ବର୍ଷ ବୋର୍ଡ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରରେ ଡିଜିଟାଲ ଲକ୍‌ର ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଖାତାରେ ସିକ୍ୟୁରିଟି କୋଡ୍‌ ରହିବ। ଏହି ସିକ୍ୟୁରିଟି କୋଡ୍‌ ବା ଡିଜିଟାଲ ଲକ୍‌ ସହଜରେ ଖାଲି ଆଖିକୁ ଦେଖାଯିବ ନାହିଁ । ଫଳରେ ପ୍ରଶ୍ନପତ୍ର ଭାଇରାଲ୍‌ ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ରର ଫଟୋ ଉଠାଇ ମୋବାଇଲ୍‌ରେ ଭାଇରାଲ କରିବାକୁ ଉଦ୍ୟମ କରିବେ ତେବେ ତାହା କୋଡ୍‌ ଆଡ୍‌ମିନ୍‌ ଜାଣିପାରିବେ । କେଉଁଠୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସହଜରେ ଜଣାପଡ଼ିବା ସହ ଅଭିଯୁକ୍ତକୁ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଫଲରେ ପ୍ରଶ୍ନପତ୍ର ଭାଇରାଲ୍ ହେବା କମ୍ ଆଶଙ୍କା ରହିବ ।

ସୂଚନା ଅନୁସାରେ ଗତବର୍ଷ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଓ ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌କୁ ନେଇ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ହୋଇଥିଲା । ଏମିତିକି ଓଟିଇଟି ପରୀକ୍ଷା ବାତିଲ ବି କରିବାକୁ ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଚଳିତ ବର୍ଷ ସମସ୍ତ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ନୂଆ ନିୟମ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ଏମ୍‌ବିଏ ପରୀକ୍ଷାରେ ଯେମିତି ପରୀକ୍ଷା ଓ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍‌ ଓ ଡିଜିଟାଲ ଲକ୍‌ର ବ୍ୟବସ୍ଥା କରାଯାଇଥିଲା ଠିକ୍‌ ସେମିତି ଚଳିତ ବର୍ଷ ଏହି କୌଶଳକୁ ଆପଣେଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ହୋଇଥିଲା । ବୋର୍ଡ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାରେ ଲାଗୁ କରିବାକୁ ନେଇ ସ୍ଥିର ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଟିଇଟି) ପରୀକ୍ଷାରେ ଏଭଳି ନୂଆ ନିୟମ ଲାଗୁ କରାଯାଇଥିବା ବେଳେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଏହି ନିୟମ ଲାଗୁ କରିବାକୁ ନେଇ ବୋର୍ଡ ନିଷ୍ପତ୍ତି ହୋଇଛି । ଏନେଇ ରେଭେନ୍ସା ଭଳି ରାଜ୍ୟ ବାହାରର ଏକ ଆଇଟି କମ୍ପାନୀ ସହିତ ବୋର୍ଡ ଚୁକ୍ତି କରିଛନ୍ତି ।

   Related Posts