Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଗୋଟିଏ କ୍ଲିକ୍‌ରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ତଥ୍ୟ, ଡିଜିଟାଲ ହେଲ୍‌ଥ ମିଶନର ଶୁଭାରମ୍ଭ କରିବେ ମୋଦି

24/09/2021 at 12:40 PM

ନୂଆଦିଲ୍ଲୀ ୨୪/୦୯ : ଏଣିକି ଗୋଟିଏ କ୍ଲିକରେ ମିଳିବ ସମସ୍ତ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସୂଚନା । ଆଧାର କାର୍ଡ ଭଳି ଏବେ ଦେଶର ସମସ୍ତ ଲୋକଙ୍କୁ ମିଳିବ ଡିଜିଟାଲ ହେଲ୍ଥ ଆଇଡି କାର୍ଡ । ଏହି ଆଇଡିରେ ଜଣେ ବ୍ୟକ୍ତିଙ୍କର ସମସ୍ତ ପୁରୁଣା ମେଡିକାଲ ତଥ୍ୟ ସହଜରେ ମିଳିପାରିବ । କେବଳ ସେତିକି ନୁହେଁ ରୋଗୀ ଜଣଙ୍କ ଯେତେବେଳେ ମେଡିକାଲ ଯିବେ ସେତେବେଳେ ତାଙ୍କୁ ସାଙ୍ଗରେ ପୁରୁଣା ଟେଷ୍ଟ ରିପୋର୍ଟ କିମ୍ବା ଡାକ୍ତରୀ ଚିଠା ନେଇ ଯିବାର ଆବଶ୍ୟକତା ପଡିବ ନାହିଁ ।

\କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଏନେଇ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୨୭ ଅର୍ଥାତ୍ ଆସନ୍ତା ସୋମବାର ପ୍ରଧାନମନ୍ତ୍ରୀ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ପିଏମ-ଡିଏଚଏମ) ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହାର ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଡିଜିଟାଲ ହେଲ୍‌ଥ ମିଶନ (ପିଏମ୍‌-ଡିଏଚ୍‌ଏମ୍‌) କରିଦିଆଯାଇଛି । ଟୁଇଟ୍‌ କରି ସେ କହିଛନ୍ତି ଏହି ମିଶନ ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ମିଳିବ ।

ଏଥିରେ ୧୪ ଅଙ୍କ ବିଶିଷ୍ଟ ଏକ ଆଇଡି ନମ୍ବର ରହିବ । ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ତ ସ୍ୱାସ୍ଥ୍ୟଗତ ରେକର୍ଡ ସ୍ଥାନ ପାଇବ । ଆଧାର ନମ୍ବର ଓ ମୋବାଇଲ ନମ୍ବରକୁ ନେଇ ଏହି ଆଇଡି ପ୍ରସ୍ତୁତ କରାଯିବ। ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଦେଶରେ ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବା ଲାଗି ୨୦୨୦ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଡିଜିଟାଲ ହେଲ୍‌ଥ ମିଶନ ବିଷୟରେ ଘୋଷଣା କରିଥିଲେ ।

   Related Posts