"ନିଜ ମହତ୍ୱକାଂକ୍ଷା ପୁରା କରିବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି ସିନ୍ଧିଆ"- ଦିଗବିଜୟ ସିଂହ

Published By : Prameya-News7 Bureau | March 13, 2020 IST

ଭୋପାଲ ୧୩/୦୩ : ମଧ୍ୟପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ତାଙ୍କୁ ସମାଲୋଚନା କରିଛନ୍ତି | ସେ କହିଛନ୍ତି ସିନ୍ଧିଆଙ୍କୁ କଂଗ୍ରେସ ସାଂସଦ ପଦ ଦେଇଥାନ୍ତା କିନ୍ତୁ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିନଥାନ୍ତା | ସିନ୍ଧିଆ ମନ୍ତ୍ରୀ ପଦ ପାଇଁ ବିଜେପିରେ ସାମିଲ ହୋଇଛନ୍ତି | ସେ କହିଛନ୍ତି କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଅନୁସାରେ ରାଜ୍ୟସଭାରେ ଦୁଇଜଣ ସାଂସଦ ମନୋନୀତ ହୋଇଥାନ୍ତେ କିନ୍ତୁ ସିନ୍ଧିଆଙ୍କ ମହତ୍ୱକାଂକ୍ଷାକୁ କଂଗ୍ରେସ ପୁରା କରିପାରିନଥାନ୍ତା |

ଅପରପକ୍ଷରେ ରାହୁଲ ଗାନ୍ଧୀ ମଧ୍ୟ ସିନ୍ଧିଆଙ୍କୁ ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ, ସିନ୍ଧିଆ ବିଜେପିରେ ସେତିକି ମାନ ସମ୍ମାନ ପାଇବେ ନାହିଁ ଯେତିକି ସେ କଂଗ୍ରେସ ପାଇଛନ୍ତି | ସେ କହିଛନ୍ତି ଯେ, ସିନ୍ଧିଆ ନିଜ ରାଜନୈତିକ କ୍ୟାରିଅର ପାଇଁ ନିଜ ଆଦର୍ଶ ଭୁଲି ଯାଇଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.