ଦିଗବିଜୟ ପୁଣି କଲେ କଥାରେ ବିସ୍ଫୋରଣ, ପାକିସ୍ତାନୀ ସାମ୍ବାଦିକଙ୍କୁ କହିଲେ- କ୍ଷମତାକୁ ଆସିଲେ ଧାରା ୩୭୦ ପୁଣି ଲାଗୁ କରିବୁ, ତୀବ୍ର ପ୍ରତିକ୍ରିୟା ରଖିଲେ ବିଜେପି ନେତା

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ,୧୨/୦୬: କଂଗ୍ରେସ ନେତା ଦିଗବିଜୟ ସିଂ ପୁଣି ଥରେ ଏକ ବିବାଦରେ ଫସିଛନ୍ତି । ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ସରକାର ଆସିଲେ କାଶ୍ମୀରରେ ୩୭୦ ଧାରାକୁ ପୁଣି ଲାଗୁ କରାଯିବ ବୋଲି ସେ କହିଛନ୍ତି ।

ଦିଗବିଜୟ ସିଂଙ୍କ ଏହି ବୟାନ ସୋସିଆଲ ମିଡିଆ ଆପ୍ କ୍ଲବହାଉସରେ ଭାଇରାଲ ହୋଇଛି । ଭିଡିଓରେ ପାକିସ୍ତାନୀ ସାମ୍ବାଦିକ ସାହଜେବ ଜିଲାନୀ ଦିଗବିଜୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଭାରତରେ ସରକାର ପରିବର୍ତ୍ତନ ହେଲେ ଓ ନରେନ୍ଦ୍ର ମୋଦୀ ଶାସନ ଗାଦିରୁ ହଟିଲେ କାଶ୍ମୀର ପ୍ରତି ରଣନୀତି କଣ ରହିବ ବୋଲି ଦିଗବିଜୟଙ୍କୁ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ସମାଜ ପାଇଁ ଧର୍ମାନ୍ଧତା ସବୁଠାରୁ ବିପଜ୍ଜନକ ଅଟେ । ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ଯେଉଁ ଧର୍ମ ହେଉ ନା କାହିଁକି କଠୋରପନ୍ଥୀ ସ୍ୱଭାବ ଠିକ୍ ନୁହେ । ଏହା ଗୃଣା ସୃଷ୍ଟି କରେ ଓ ଘୃଣା ହିଂସାର ରୂପ ନିଏ ।

ସେ ଆହୁରି କହିଥିଲେ ଯେ, ଧାରା ୩୭୦କୁ ହଟାଇବା ବେଳେ ଲୋକଙ୍କ ମତକୁ ଗୁରୁତ୍ୱ ଦିଆଯାଇ ନଥିଲା । ସମସ୍ତଙ୍କୁ ବନ୍ଦ କରାଯାଇଥିଲା । ଯାହା ଦୁଃଖଦପୂର୍ଣ୍ଣ ଅଟେ । କଂଗ୍ରେସ ସରକାରକୁ ଆସିଲେ ଧାରା ୩୭୦ ଉପରେ ପୁଣିଥରେ ବିଚାର କରିବେ ।

wp:html /wp:html

ଦିଗବିଜୟଙ୍କ ଏହି ଭିଡିଓ ଲିକ୍ ହେବା ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସରକାରକୁ ଆସିଲେ ଧାରା ୩୭୦ ଉପରେ ପୁଣିଥରେ ବିଚାର କରିବେ ବୋଲି କହୁଛନ୍ତି । ପାକିସ୍ତାନ ଠିକ୍ ଏକଥା ଚାହୁଁଛି । ବିଜେପି ନେତା ଗିରିରାଜ ସିଂ ମଧ୍ୟ କଂଗ୍ରେସର ପ୍ରଥମ ପ୍ରେମ ପାକିସ୍ତାନ ବୋଲି କହିଛନ୍ତି । ପାକିସ୍ତାନକୁ କାଶ୍ମୀର ହାତେଇବାରେ କଂଗ୍ରେସ ସାହାଯ୍ୟ କରିବ ବୋଲି କହିଛନ୍ତି ଗିରିରାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.