ଦିଗପହଣ୍ଡି ପୋଲିସକୁ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ବୋଝେଇ କାର ଜବତ, ୨ ଗିରଫ

Published By : Prameya-News7 Bureau | April 06, 2021 IST

ସାନଖେମୁଣ୍ଡି,୬|୪: ଦିଗପହଣ୍ଡି - ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର  ମୌଳାଭଣଜା ବ୍ରିଜ ନିକଟରୁ  ଦିଗପହଣ୍ଡି  ଆଇଆଇସି ବସନ୍ତ କୁମାର ସେଠୀ  ଏବଂ ଟିମ୍‌ ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ  ଆଇ ଆଇ ସି   ମଙ୍ଗଳବାର ଭୋର ପ୍ରାୟ ୫ ଟା ସମୟରେ ଉକ୍ତ ଗଞ୍ଜେଇ ବୋଝେଇ କାରକୁ ପିଛା କରି ଫିଲ୍ମ୍ ଷ୍ଟାଇଲରେ ଧରିଥିଲେ । ରାତ୍ରି କାଳୀନ ପାଟ୍ରୋ ଲିଂ ସାରି ପୋଲିସ ଟିମ୍ ଥାନାକୁ ଫେରୁଥିବା ବେଳେ ଗଞ୍ଜାମ ଜିଲା ପାଟପୁର ଥାନା କଂସମାରୀ  ଗାଁରୁ  ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତି ରେ ଯାଉଥିବା  ହୁଣ୍ଡାଇ କାର୍ ନଂ.(ଓ ଡି ୦୨ ପି - ୨୬୭୨) କୁ ଅଟକାଇଥିଲେ।

{"id":434341,"sizeSlug":"large","linkDestination":"none"}

କାରଟି ଅଟକିବାର ବାହାନା କରି ପୋଲିସ କାର ପାଖକୁ ଆସିବା ପୂର୍ବରୁ ପୁଣି ଥରେ ଦ୍ରୁତଗତିରେ ଚାଲିଯାଇଥିଲା। ପୋଲିସ ଗାଡିରେ ଆଇଆଇସି ଗୋଡ଼ାଇ ଗୋଡ଼ାଇ ବ୍ରିଜ ନିକଟରେ ଧରିଥିଲେ। କାର ଟିକୁ ଖାନ ତଲାସ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଥାନା ମାମଲା ନଂ. ୮୧/୨୧ ଅନୁଯାୟୀ  ଗଞ୍ଜେଇ  ଚୋରା ଚାଲାଣ ମାମଲା ରେ ସମ୍ପୃକ୍ତ ଥିବା କଂସମାରୀ ଗ୍ରାମର ସୁଦର୍ଶନ ଦୋରା ଓ   ପାଟପୁର ଥାନା କତାପଲ୍ଲୀ ଗ୍ରାମର ଗାଡି ଚାଳକ ତଥା କାର ମାଲିକ ରଞ୍ଜିତ ଗୌଡ଼ଙ୍କୁ ଗିରଫ କରିଛନ୍ତି।

{"id":434342,"sizeSlug":"large","linkDestination":"none"}

ବୁଧବାର ଉଭୟ ଅଭିଯୁକ୍ତଙ୍କୁ  ବ୍ରହ୍ମପୁର ଜିଲା ଜଜ କୋର୍ଟରେ  ହାଜର କରାଯିବ ବୋଲି ଆଇଆଇସି କହିଛନ୍ତି। ଅଭିଯୁକ୍ତମାନଙ୍କ ନିକଟରୁ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା  ଏକ୍ଜକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ୧୧୭ କେ.ଜି ଗଞ୍ଜେଇ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ସସ୍ମିତା ସେଠୀ କହିଛନ୍ତି।  ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫  ଲକ୍ଷ ଟଙ୍କା ହେବ ବୋଲି ପୋଲିସର ପ୍ରାଥମିକ ଆକଳନରୁ ଜଣାପଡିଛି।  ଏହି ଧରପଗଡ଼ ବେଳେ ଦିଗପହଣ୍ଡି ଥାନା ଏସଆଇ  ମାଧବ ଚନ୍ଦ୍ର ଟାକ୍ରି, ହାବିଲଦାର ନାରାୟଣ ପାଣିଗ୍ରାହୀ, ସନ୍ତୋଷ ଜାଲ, ସୁରେଶ ସେଠୀ ପ୍ରମୁଖ  ଉପସ୍ଥିତ ଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.