Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ବିଭିନ୍ନ ଦୋକାନ ଏବଂ ହୋଟେଲକୁ ସିଲ୍ କଲା ପ୍ରଶାସନ

5/07/2020 at 10:14 PM

ସାନଖେମୁଣ୍ଡି୫/୭: ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ଜନତା ହୋଟେଲ ସମେତ ଫିଷ୍ଟ ରେଷ୍ଟୁରାଣ୍ଟକୁ ରବିବାର  ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ସେହିପରି ଅନ୍ୟ ୩ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ୍ କରାଯିବା ସହ ଲୁଚା ଚୋରାରେ ବିକ୍ରି କରୁଥିବା ମାଛ,ମାଂସ ଓ ଚିକେନ ଦୋକାନ ଉପରେ ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର ,ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ଅତର୍କିତ ଚଢାଉ କରି ଜରିମାନା ଆଦାୟ କରିଥିବା ଜଣାପଡିଛି।

କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ କୋଭିଡ ନିୟମକୁ ଉଲ୍ଲଂଘନ କରି ରବିବାର ସଟଡାଉନ୍ ସମୟରେ କିଛି ବ୍ୟବସାୟୀ ବେଆଇନ ଭାବେ ବ୍ୟବସାୟ ଚଳାଇଥିବା ସୂଚନା ପାଇ ଦିଗପହଣ୍ଡି ତହସିଲଦାରଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ବଜାର ଓ ବସଷ୍ଟାଣ୍ଡ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଜନତା ହୋଟେଲ, ଫୀଷ୍ଟ ରେଷ୍ଟୁରାଣ୍ଟ ସମେତ ନିର୍ଦ୍ଦିଷ୍ଟ କିଛି ଗ୍ରୋସରି ଦୋକାନ ଓ ରାସ୍ତାକଡ଼ରେ ଥିବା ମାଛ, ମାଂସ ଦୋକାନ ଗୁଡିକରେ  ବହୁ ସଂଖ୍ୟକ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।

ଗ୍ରାହକମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିବାସହ ଅନେକ ଗ୍ରାହକ ମାସ୍କ୍ ପିନ୍ଧି ନଥିଲେ।ଦୋକାନୀମାନେ ମଧ୍ୟ ପାଖରେ ସାନିଟାଇଜର ରଖିନଥିଲେ କିମ୍ବା ହାତରେ ଗ୍ଲୋବସ ନ ପିନ୍ଧି ବ୍ୟବସାୟ ଚଳାଇଥିଲେ। ତହସିଲଦାର ସବୁ ଦୋକାନ ଗୁଡ଼ିକୁ ବନ୍ଦ କରିଦେବା ସହ  ଗ୍ରାହକ ମାନଙ୍କୁ ଦୋକାନ ମଧ୍ୟରୁ ଘଉଡାଇ ଦେଇଥିଲେ। ପରେ ସେସବୁ ଦୋକାନ ଗୁଡ଼ିକୁତାଲା ପକାଇ ଦେଇ ସିଲ୍ କରାଯାଇଥିବା ଜଣାପଡିଛି।

ଏନେଇ ତହସିଲଦାର ଙ୍କୁ ପଚାରିବାରୁ ହୋଟେଲ,ରେଷ୍ଟୁରାଣ୍ଟ ସମେତ ଦୋକାନ ଗୁଡ଼ିକୁ ୭ ଦିନ ଯାଏଁ ସିଲ୍ କରି ରଖାଯିବ। ପରେ ଜିଲା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାୟୀ ବ୍ୟବସାୟୀ ମାନେ ନିର୍ଦ୍ଧାରିତ ସ୍ଵିକାରୋକ୍ତି ପ୍ରଦାନ ସହ ଜରିମାନା ଦାଖଲ କରିବାପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି।ପ୍ରକାଶ ଯେ, ଗତ ଜୁନମାସ ଲକ୍ ଡାଉନ୍ ସମୟସୀମା ମଧ୍ୟରେ କୋଭିଡ ନିୟମ ଭଙ୍ଗ କରିଥିବା ୯ ଟି ଦୋକାନକୁ ଏନ୍ ଏ ସି ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା।

ସୂଚନା ଅନୁଯାୟୀ, ମହାମାରୀ କରୋନାର ପ୍ରକୋପ ବର୍ତ୍ତମାନ ଗଞ୍ଜାମ ଜିଲାରେ ଦୃତ ଗତିରେ ବଢୁଥିବା ବେଳେ ରାଜ୍ୟ ସରକାର ଏନେଇ ଜୁଲାଇ ୩୧  ଯାଏଁ  ଲକ୍ ଡାଉନ ନିୟମ ଅବ୍ଯାହତ ରଖିଛନ୍ତି। ଜିଲ୍ଲା ପ୍ରଶାସନ ପ୍ରତି ଶନିବାର ଓ ରବିବାର ବ୍ୟତୀତ ସକାଳ ୬ ଟାରୁ ଅପରାହ୍ନ ୪ ଟା ଯାଏଁ କଟକଣା ମାନି  ଦୋକାନ ଗୁଡିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଦୋକାନୀ ମାନେ ଗ୍ରାହକ ମାନଙ୍କୁ ସର୍କଲ ଭିତରେ ଠିଆ କରାଇ  ସାମାଜିକ ଦୂରତା ରକ୍ଷା କରିବା , ମାସ୍କ ଓ ଗ୍ଲୋବସ  ପିନ୍ଧିବା ସହ କୋଭିଡ ନୀତି ନିୟମକୁ ଅନୁପାଳନ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜଣାଇଛନ୍ତି।

   Related Posts