ଅକ୍ଷୟଙ୍କ ହିରୋଇନ୍ ହେଲେ ଦିଗାଙ୍ଗନା ସୂର୍ଯ୍ୟବଂଶୀ : ଏହି ଫିଲ୍ମରେ କାମ କରୁଛନ୍ତି ଏକାଠି

Published By : Prameya-News7 Bureau | May 30, 2020 IST

ମୁମ୍ବାଇ ୩୦/୫: ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ ନିକଟରେ ନିଜ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଅକ୍ଷୟ କୁମାରଙ୍କ ସହ ଆଡ ଫିଲ୍ମ ଶୁଟ୍ କରିଥିବା କଥା ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

wp:core-embed/instagram {"url":"https://www.instagram.com/p/CAvGwTKHPS3/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAvGwTKHPS3/?utm_source=ig_embed
/wp:core-embed/instagram

ନିକଟରେ ଅକ୍ଷୟ କୁମାର ଲକଡାଉନରେ ସାବଧାନତା ଅବଲମ୍ବନ କରି ଶୁଟ୍ କରୁଥିବା ନଜର ଆସିଥିଲେ। କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ ଦିଗାଙ୍ଗନା ଏହି ଲକଡାଉନ୍ ସମୟରେ ହିଁ ଅକ୍ଷୟ କୁମାରଙ୍କ ସହ ଆଡ ସୁଟ୍  କରିଛନ୍ତି ତେବେ ତାହା ଭୁଲ୍।

{"id":278508,"sizeSlug":"large"}

ଏହା ବିଷୟରେ ଦିଗାଙ୍ଗନା କହିଛନ୍ତି ଯେ ସେ ଲକଡାଉନର ଠିକ୍ ପୂର୍ବରୁ ପାଖାପାଖି ୩ମାସ ପୂର୍ବରୁ ଏହି ଆହ ସୁଟ୍ ପୂରା କରି ଦେଇଥିଲେ ଏବଂ ଏହାର ପରେ ଲକଡାଉନ୍ ହୋଇଯାଇଥିଲା। ଭଲ ହୋଇଛି ଏହାର ସୁଟିଂ ପୂର୍ବରୁ ସରି ଯାଇଛି ଏବଂ ନିକଟରେ ଏହି ଆଡ ରିଲିଜ ହୋଇଛି ଏଥିପାଇଁ ସେ ଭାବିଲେ ଯେ ସେ ତାଙ୍କ ଫ୍ୟାନଙ୍କୁ ଏହି ଖବର ଦେବେ।

{"id":278510,"sizeSlug":"large"}

ଏହି ଆଡ ସୁଟରେ ଦିଗାଙ୍ଗନା ରାଜକୁମାରୀ ହୋଇଛନ୍ତି। ଏଥିରେ ଦେଖାଯାଇଛି ଯେ କିପରି ଯୁଦ୍ଧରେ ରାଜକୁମାରୀ ହୋଇଥିବା ଦିଗାଙ୍ଗନା ନିଜ ରାଜକୁମାର ଅର୍ଥାତ୍ ଅକ୍ଷୟଙ୍କୁ ବଞ୍ଚାଉଛନ୍ତି।

{"id":278511,"sizeSlug":"large"}

ଦିଗାଙ୍ଗନା ,ଅକ୍ଷୟ କୁମାରଙ୍କ ସହ ନିଜ ସୁଟିଂ ଏକ୍ସପିରିୟନ୍ସ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଅକ୍ଷୟ ସାରଙ୍କ ସହ କାମ କରି ଭଲ ଲାଗିଥିଲା।

{"id":278512,"sizeSlug":"large"}

ବର୍ତ୍ତମାନ ଦିଗାଙ୍ଗନା ଘରେ ଅଛନ୍ତି ଏବଂ ଲକଡାଉନ୍ ଖୋଲିବାର ଅପେକ୍ଷା କରିଛନ୍ତି।

{"id":278513,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.