ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ : ବଦନାମ ଭୟରେ ଯୋଜନାବଦ୍ଧ ହତ୍ୟା ଷଡଯନ୍ତ୍ର, ପ୍ରେସମିଟ୍‌ରେ ଡିଆଇଜି ରଖିଲେ ତଥ୍ୟ

Published By : Prameya-News7 Bureau | October 20, 2021 IST

ବଲାଙ୍ଗୀର ୨୦।୧୦: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ହେଲା ଖୁଲାସା । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।

ଡିଆଇଡି କହିଛନ୍ତି, ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହିଁ ହତ୍ୟା କରିଛି । ହତ୍ୟା ମାମଲାରେ ପ୍ରାଥମିକ ତଦନ୍ତ ସରିଛି । ମମିତାଙ୍କୁ କାର୍‌ ଭିତରେ ହତ୍ୟା କରାଯାଇଛି । ତଣ୍ଟି ଚିପି ହତ୍ୟା ନା ଅନ୍ୟ ଉପାୟରେ ହତ୍ୟା କରାଯାଇଛି ସ୍ପଷ୍ଟ ହୋଇନି । ଗୋବିନ୍ଦ ନିଜ ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କାରେ ହତ୍ୟା କରିଛି ।

ହତ୍ୟା ପରେ କାର୍‌ରେ ମୃତଦେହ ନିଆଯାଇଥିଲା । କାର୍‌ରେ ମୃତଦେହକୁ ମହାଲିଙ୍ଗକୁ ନେଇଥିଲେ ଦୁର୍ବୃତ୍ତ । ସେଠାରେ କାର୍ଡ ବୋର୍ଡ ଓ ଟାୟାର ଜାଳି ମୃତଦେହ ପୋଡି ଦେଇଥିଲେ । ଏହାପରେ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ପୋଡା ମୃତଦେହ ।  

ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ CCTV ଯାଞ୍ଚ କରିଥଲା ପୋଲିସ । ସିସିଟିଭି ଫୁଟେଜ ଜରିଆରେ ଅନେକ ତଥ୍ୟ ହାସଲ ହୋଇଛି । ଯଥେଷ୍ଟ ପ୍ରମାଣ ଆଧାରରେ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଅନେକ ତଥ୍ୟ ମିଳିଛି । ଆହୁରି କିଛି ତଥ୍ୟ ମିଳିବ ବୋଲି ଆଶଙ୍କା କରାଯାଉଛି ବୋଲି ଡିଆଇଜି କହିଛନ୍ତି । ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ହେବ, ଖୁବଶୀଘ୍ର ଚାର୍ଜସିଟ୍ କରାଯିବ । ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରାଯାଇଛି ବୋଲି ଡିଆଇଜି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.