Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନିଜ ଦସ୍ତଖତରେ ନିଜେ ଫସିଗଲେ ଡିଆଇଜି, ଧରା ପଡିଗଲା ମୁହଁ ଫୁଟାଣି, କ୍ୱାର୍ଟରରେ ୬୮ ଦିନ ଥିଲେ କିନ୍ତୁ କହୁଥିଲେ ୮ ଦିନ

17/06/2021 at 3:02 PM

ସମ୍ବଲପୁର,୧୭/୦୬: ଧରାପଡିଗଲା ଡିଆଇଜିଙ୍କ ମିଛ । ନିଜ ଦସ୍ତଖତରେ ନିଜେ ଫସିଗଲେ ପୋଲିସ ବାବୁ । ସମ୍ବଲପୁର ଜେଲ୍‌ର ୨ ଜଣ କଏଦୀଙ୍କୁ ଡିଆଇଜି ରାଜକିଶୋର ସାହୁ ନିଜ ବାସ ଭବନରେ ଚାକର ଭଳି ଖଟାଇବା ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ଘଟଣାରେ ବାବୁଙ୍କ ମୁହାଁ ଫୁଟାଣି ଧରା ପଡିଯାଇଛି । ଉକ୍ତ ଭିଡିଓ ତଥା ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ସେ ନିଜେ ନୁହନ୍ତି ବୋଲି ଡିଆଇଜି ଶ୍ରୀ ସାହୁ କହିବା ପରେ ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ଡିଆଇଜି ଗଣମାଧ୍ୟମ ସମ୍ମୁଖରେ ଫାଙ୍କୁଥିବା ନେଇ ଖୋଦ୍‌ ଏଠାକାର ପୂର୍ବତନ କର୍ମଚାରୀମାନେ ଉତ୍ତର ରଖିଛନ୍ତି ।

ଡିଆଇଜି ଶ୍ରୀ ସାହୁଙ୍କର ଯେଉଁ କ୍ୱାର୍ଟର୍ସର ଫଟୋ ଓ ଭିଡିଓ ଭାଇରାଲ୍‌ ଉକ୍ତ କ୍ୱାର୍ଟର୍ସରେ ସେ ମାତ୍ର ୭-୮ ଦିନ ରହିଥିଲେ ବୋଲି ମଙ୍ଗଳବାର ଗଣମାଧ୍ୟମ ସମ୍ମୁଖରେ କୁମ୍ଭାର କାନ୍ଦଣା କରିଥିଲେ । ତେଣୁ କେହି ତାଙ୍କୁ ଫସାଇବା ଉଦ୍ଦେଶ୍ୟରେ ଫଟୋ ଭିଡିଓ କରିଥିବା ନେଇ ସଫେଇ ଦେଇଥିଲେ । କିନ୍ତୁ ଡିଆଇଜି ଶ୍ରୀ ସାହୁ ଯେ ଗଣମାଧ୍ୟମ ସମ୍ମୁଖରେ ଡାହା ମିଛ କହୁଥିଲେ, ତାହା ଏବେ ପ୍ରମାଣିତ ହୋଇଯାଇଛି । ଡିଆଇଜି ଶ୍ରୀ ସାହୁ ୮ ଦିନ ନୁହେଁ ବରଂ ୬୮ ଦିନ ଧରି ଉକ୍ତ ସରକାରୀ କ୍ୱାର୍ଟର୍ସରେ ରହିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଡିଆଇଜି ଶ୍ରୀ ସାହୁଙ୍କ ଦସ୍ତଖତ ରହିଥିବା ନିଜର କ୍ୱାର୍ଟର ଦଖଲ ରିପୋର୍ଟ ହିଁ ଏସବୁ ଗୁମର ଖୋଲି ଦେଇଛି ।

ଡିଆଇଜିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଶ୍ରୀ ସାହୁ ସମ୍ବଲପୁର ରେଞ୍ଜର ଡିଆଇଜି ପ୍ରିଜନ୍‌ ଭାବେ ଚଳିତ ବର୍ଷ ଜାନୁଆରି ୮ ତାରିଖରେ ଯୋଗ ଦେଇଥିଲେ । ଏହା ପରଠାରୁ ସେ ଡିଆଇଜିଙ୍କ ଉଦ୍ଦେଶ୍ୟରେ ରହିଥିବା ଉକ୍ତ ଡୁପ୍ଲେକ୍ସ(ଯେଉଁ ବାସ ଭବନର ଭିଡିଓ ଓ ଫଟୋ ଭାଇରାଲ୍‌ ହୋଇଛି)କୁ ଅଧିକାର କରିଥିଲେ ଓ ସେଠାରେ ରହିଥିଲେ । ତତ୍କାଳୀନ ଜେଲ୍‌ ଅଧୀକ୍ଷକ ଅମୀୟ ପଟ୍ଟନାୟକଙ୍କର ସମ୍ବଲପୁରରୁ ବଦଳି ହୋଇଯିବା ପରେ ଡିଆଇଜି ଶ୍ରୀ ସାହୁ ଜେଲ୍‌ କ୍ୟାମ୍ପସ୍‌ରେ ଥିବା ଏହି ଡି ଟାଇପ୍‌ କ୍ୱାର୍ଟର୍ସ ସଂଖ୍ୟା ଡି ୱାନ୍‌କୁ ଦଖଲ କରିଥିଲେ । ନିଜ ପାଇଁ ଶ୍ରୀ ସାହୁ ମାର୍ଚ୍ଚ ୧୬ ତାରିଖରେ ଉକ୍ତ କ୍ୱାର୍ଟର୍ସ ଦଖଲ ଆଦେଶ ସଂଖ୍ୟା ୬୬୩ ଜାରି କରିବା ସହ ୭ ଦିନ ମଧ୍ୟରେ କ୍ୱାର୍ଟର ଦଖଲ କରି ଡିଆଇଜିଙ୍କୁ ଦଖଲ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଯେଉଁଥିରେ ଡିଆଇଜି ଶ୍ରୀ ସାହୁଙ୍କ ଦସ୍ତଖତ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି ।

ଉକ୍ତ ନିର୍ଦ୍ଦେଶନାମାର ନକଲ ବିଦ୍ୟୁତ୍‌ ବିଭାଗ, ଜେଲ୍‌ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ମଧ୍ୟ ପଠାଯାଇଥିଲା । ତେବେ ନିଜ କ୍ୱାର୍ଟର୍ସ ଦଖଲ ପାଇଁ ଡିଆଇଜି ନିଜେ କିଭଳି ଭାବେ ନିର୍ଦ୍ଦେଶନାମା ଜାରି କଲେ ଓ କ୍ୱାର୍ଟର୍ସ ଦଖଲ ରିପୋର୍ଟ ନିଜ ପାଇଁ କିଭଳି ତିଆରି କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡିଆଇଜିଙ୍କ କାର୍ଯ୍ୟାଳୟରେ ଥିବା ସରକାରୀ ତଥ୍ୟକୁ ବିଶ୍ଲେଷଣ କଲେ ଶ୍ରୀ ସାହୁ ଜାନୁଆରି ୮ ତାରିଖରୁ ମାର୍ଚ୍ଚ ୧୬ ତାରିଖ ଯାଏ ଅର୍ଥାତ୍‌ ୬୮ ଦିନ ଧରି ଏହି ବିବାଦୀୟ ଡିଆଇଜିଙ୍କ ସରକାରୀ ବାସଭବନ(ଡୁପ୍ଲେକ୍ସ)ରେ ରହିଥିଲେ । ଏହା ପରଠାରୁ ସେ ଜେଲ୍‌ ଅଧୀକ୍ଷକଙ୍କ କ୍ୱାର୍ଟର୍ସରେ ରହୁଥିବା ବେଳେ ପୁରୁଣା କ୍ୱାର୍ଟର୍ସକୁ ନିଜର ପଲଙ୍କ ସେବା ପାଇଁ ଦଖଲ କରି ରଖିଛନ୍ତି ।

ସେପଟେ, ଡିଆଇଜି କ୍ୱାର୍ଟର୍ସରେ ରହିବା ନେଇ ଦେଇଥିବା ମିଛ ପ୍ରମାଣିତ ହେବା ପରେ କଏଦୀଙ୍କୁ ନିଜ ସେବାରେ ଲଗାଇବା ଅଭିଯୋଗ ମଧ୍ୟ ସତ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଲାଣି । ସେପଟେ, ଡିଆଇଜିଙ୍କ ପଲଙ୍କ ସେବା ବି ନୂଆ ଘଟଣା ନୁହେଁ ବୋଲି ଏଠାରୁ ବଦଳି ହୋଇ ଯାଇଥିବା ଜନୈକ ବରିଷ୍ଠ କର୍ମଚାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଯଦିଓ ଡିଆଇଜି ଉଚ୍ଚ ପଦବିରେ ରହିଥିଲେ ବୋଲି ତାଙ୍କୁ ଏନେଇ କିଛି କୁହାଯାଇପାରୁନଥିଲା କି ବିରୋଧ କରାଯାଇପାରୁନଥିଲା ତଥାପି ଥରେ ଦୁଇଥର ସେ ଏହାକୁ ବିରୋଧ ବି କରିଥିବା କହିଛନ୍ତି । ଏହି ଘଟଣା ଜଣାପଡ଼ିବାକୁ ଇତି ମଧ୍ୟରେ ୩୬ ଘଣ୍ଟା ବିତି ଯାଇଥିଲେ ହେଁ ଜେଲ୍‌ ବିଭାଗ ନିଦା ବିଷ୍ଣୁ ସାଜି ସମସ୍ତ ଘଟଣାକୁ ଦେଖି ଚାଲିଛି । ଖୋଦ୍‌ ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ ମଧ୍ୟ ଗଣମାଧ୍ୟମରେ ବିବୃତି ରଖି ଏଭଳି କାର୍‌ନାମାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି କହିବା ପରେ ବି ଜେଲ୍‌ କର୍ତ୍ତୃପକ୍ଷ କିନ୍ତୁ ଚୁପ୍‌ ବସିଛନ୍ତି ।

ଚଳିତ ବର୍ଷ ଜାନୁଆରି ୮ ତାରିଖରେ ଡିଆଇଜି ଶ୍ରୀ ସାହୁ ସମ୍ବଲପୁରକୁ ବଦଳି ହୋଇ ଆସିବା ପରଠାରୁ ହିଁ ଜେଲ୍‌ରେ ବିଭିନ୍ନ ବେନିୟମ୍‌ କାର୍ଯ୍ୟ ଆରମ୍ଭ ହୋଇଥିବା ଏଠାରୁ ବଦଳି ହୋଇ ଯାଇଥିବା ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି । ଆସୁ ଆସୁ ଡିଆଇଜି ଜେଲ୍‌ର କିଛି କଏଦୀଙ୍କୁ ନିଜର ବ୍ୟକ୍ତିଗତ କାମ ପାଇଁ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ଖୋଦ୍‌ ଡିଆଇଜି ଏଭଳି ଦାବି ରଖିଥିବାରୁ ତତ୍କାଳୀନ ଅଧୀକ୍ଷକ ଓ ଜେଲର୍‌ ମଧ୍ୟ ବାଧ୍ୟ ହୋଇ ଚୁପ୍‌ ରହିଥିବା ଉକ୍ତ କର୍ମଚାରୀଜଣଙ୍କ କହିଛନ୍ତି । ଜେଲ୍‌ ବାହାରେ ଡିଆଇଜିଙ୍କ ପାଇଁ ସ୍ୱତନ୍ତ୍ର ବାସ ଭବନ ରହିଥିଲେ ହେଁ ସେ କାହିଁକି ଜେଲ୍‌ ପରିସରରେ ଥିବା ତଳିଆ କର୍ମଚାରୀଙ୍କ କ୍ୱାର୍ଟର୍ସ ମାଡ଼ି ବସିଥିଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ, ଜେଲ୍‌ କ୍ୟାମ୍ପସରେ ଥିବା କ୍ୱାର୍ଟସକୁ ଯିବା ପରେ ବି ସେ ତାଙ୍କ ନାମରେ ଆଲର୍ଟ ହୋଇଥିବା କ୍ୱାର୍ଟର୍ସ ଛାଡ଼ିନଥିଲେ । ବରଂ ଉକ୍ତ କ୍ୱାର୍ଟର୍ସକୁ ସେ ତାଙ୍କ ପଲଙ୍କ ସେବା ପାଇଁ ବ୍ୟବହାର କରୁଥିଲେ ବୋଲି ଜେଲ୍‌ର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ।

   Related Posts