ଅପରାଧୀଙ୍କୁ ଡିଆଇଜି ହିମାଂଶୁ ଲାଲଙ୍କ ଚେତାବନୀ : ମୁଖ୍ୟ ସ୍ରୋତକୁ ଆସ, ନଚେତ୍ ଏରିଆ ଛାଡ

Published By : Prameya-News7 Bureau | November 06, 2019 IST

ଝାରସୁଗୁଡା ୬।୧୧: ଝାରସୁଗୁଡାରେ ଅପରାଧୀଙ୍କ ଗୁଳି ଜଣଙ୍କର ମୃତ୍ୟୁ ପରେ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଘଟଣା ପରେ ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ଅପରାଧୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧୀଙ୍କୁ ଦୃଢ ହସ୍ତରେ ଦମନ କରାଯିବ । ପୋଲିସ ଅପରାଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରୁଛୁ । ଅପରାଧ ଛାଡି ମୁଖ୍ୟ ସ୍ରୋତକୁ ଆସ, ନଚେତ୍ ଏରିଆ ଛାଡ ବୋଲି ହିମାଂଶୁ ଲାଲ୍ କହିଛନ୍ତି ।

{"id":179853}

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବ୍ରଜରାଜନଗରରେ ଗତକାଲି ଏକ ହୋଟେଲରେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷ ହୋଟେଲ କାଉଣ୍ଟର ପାଖରେ ଛିଡ଼ା ହୋଇଥିବା ବେଳେ କିଛି ଯୁବକ ଅଚାନକ ଆସି ଗୁଳି ଚଳାଇ ସ୍ପଟ ମର୍ଡର କରିଥିଲେ । ସୋନୁର ଛାତିକୁ ପ୍ରଥମ ରାଉଣ୍ଡ ଗୁଳି ଚଳାଇଥିଲା ଭୀମା । ଭୀମା ସହ ଥିବା ଅନ୍ୟ ଜଣେ ମଧ୍ୟ ସେକେଣ୍ଡ ରାଉଣ୍ଡ ଗୁଳି ଚଳାଇଥିଲା । ତାପରେ ପୁଣି ଭୀମା ମୁଣ୍ଡକୁ ୨ ଥର ଗୁଳି କରିଥିଲା । ଯିବାବେଳେ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲା ଭୀମା । ଆଉ ଏସବୁ ଘଟଣା ଘଟି ଚାଲୁଥିବା ବେଳେ ସିସିଟିଭିରେ କଏଦ ହୋଇଛି ଟିକିନିକ ଦୃଶ୍ୟ ।

{"id":179854}

ସିସିଟିଭି ଫୁଟେଜକୁ ଆଧାର କରି ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ଗତକାଲି ରାତି ୮ଟା ୨୦ରେ ଏହି ଘଟଣା ଘଟିଥିବା ବେଳେ ରାତି ୨ଟାରେ ମଧୁପୁର ନିକଟରେ ପୋଲିସ ଓ ସୋନୁ ହତ୍ୟାକାରୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଉପରକୁ ଗୁଳି କରି ଫେରାର ହେବାକୁ ଉଦ୍ୟମ କରିଥିବାବେଳେ ଏନକାଉଣ୍ଟର କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.