Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ପ୍ରଥମେ ସ୍ଵାମୀଙ୍କୁ ଫୋନ କଲେ, ପରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଡିଆଇଜିଙ୍କ ପତ୍ନୀ

24/10/2020 at 5:04 PM

ଲକ୍ଷ୍ନୌ ୨୪।୧୦: ଉନ୍ନାଓ ପୁଲିସ ଟ୍ରେନିଂ ସ୍କୁଲ(ପିଟିଏସ)ରେ ମୁତୟନ ଡିଆଇଜି ଚନ୍ଦ୍ରପ୍ରକାଶଙ୍କ ପତ୍ନୀ ଲକ୍ଷ୍ମୌ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ଡିଆଇଜିଙ୍କ ପତ୍ନୀ ପୁଷ୍ପା ପ୍ରକାଶଙ୍କ ମୃତ ଶରୀର ଶନିବାର ସକାଳେ ସୁଶାନ୍ତ ଗୋଲ୍‌ଫ ସିଟି ସ୍ଥିତ ଘରୁ ମିଳିଛି। ପଡୋଶୀ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କୁ ଏହାର ସୂଚନା ଦେଇଛନ୍ତି। ପଡୋଶୀ ପ୍ରଥମେ ମହିଳାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

ପ୍ରାରମ୍ଭିକ ଯାଞ୍ଚରେ ପୁଲିସକୁ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ୩୬ ବର୍ଷୀୟ ପୁଷ୍ପା ଆତ୍ମହତ୍ୟା ପରି କଠୋର ପଦକ୍ଷେପ କେମିତି ନେଲେ ଏହାର ତଦନ୍ତ ଜାରି ରହିଛି। ହେଲେ ମିଡିଆ ରିପୋର୍ଟ ଅନୁଯାୟୀ ତଦନ୍ତୁ ଏହା ସାମ୍ନାକୁ ଆସିଛି ଯେ, ପୁଷ୍ପା ପ୍ରକାଶ ଆତ୍ମହତ୍ୟା ପୂର୍ବରୁ ସ୍ଵାମୀଙ୍କୁ ଫୋନ କରିଥିଲେ। ଘଟଣା ସମୟରେ ଘରେ ଚାକରଙ୍କ ବ୍ୟତୀତ ତିନି ଝିଅ ଅନନ୍ୟା(୧୩), କୃତିକା(୧୨) ଓ ଦିବ୍ୟାଂଶା(୭) ଥିଲେ। ତିନି ଝିଅ ତଳ ମହଲାରେ ଥିବା ବେଳେ ପୁଷ୍ପା ପ୍ରଥମ ମହଲାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଡିଆଇଜି ଚନ୍ଦ୍ର ପ୍ରକାଶ ସଂପ୍ରତି ଉନ୍ନାଓ ପିଟିଏସରେ କାର୍ଯ୍ୟରତ।  ଏହା ବ୍ୟତୀତ ହାଥରସ୍‌ରେ ଦଳିତ ଝିଅ ସହ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟିର ମଧ୍ୟ ସଦସ୍ୟ।

   Related Posts