Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅମ୍ଫାନ ସ୍ଥିତି ସମୀକ୍ଷା କଲେ ଡିଆଇଜି ଆଶିଷ ସିଂ ଓ କେନ୍ଦ୍ରାପଡା ଏସପି ନୀତିଶେଖର

19/05/2020 at 7:03 PM

ଭୁବନେଶ୍ୱର, ୧୯|୦୫:   ମାଡ଼ି ଆସୁଛି ମହାବାତ୍ୟା ଅମ୍ପାନ । ଆସନ୍ତାକାଲି ଅପରାହ୍ନ ପରେ ଏହା ସୁନ୍ଦରବନ ତ୍ରିକୋଣଭୂମୀରେ କରିବ ଲ୍ୟାଣ୍ଡଫଲ୍ ।  ଓଡ଼ିଶାର ୧୨ଟି ଜିଲ୍ଲାରେ  ଏହାର ପ୍ରଭାବ ଅନୁଭୂତ ହେବ ।  ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ । ପବନର ତୀବ୍ରତା ବି ରହିବ । ଆଜି ରାତିରେ ଗୋପାଳପୁର ଠାରୁ ୨୧୦ କିଲୋମିଟର ପୂର୍ବରେ ଗତି କରିବ ଅମ୍ଫାନ୍‌ ।

ଆସନ୍ତାକାଲି ଦିନ ୧୧ଟା ୩୦ ବେଳକୁ ପାରାଦୀପ ଠାରୁ ୧୧୦କିଲୋମିଟର ପୂର୍ବରେ ଏବଂ ଅପରାହ୍ଣ ବେଳକୁ ବାଲେଶ୍ବର ଠାରୁ ୧୭୦ ଦୂରରେ ଅତିକ୍ରମ କରିବ । ଆସନ୍ତାକାଲି ଅପରାହ୍ଣ ୩ଟାରୁ ସଂଧ୍ୟା ୭ଟା ମଧ୍ୟରେ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ୍‌ କରିବ ଅମ୍ଫାନ୍‌ ।

ବାତ୍ୟା ଅମ୍ଫାନ ଉପକୂଳ ମୁହାଁ ହେଉଥିବା ବେଳେ ତାଳଚୁଆ ମେରାଇନରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଆଇଜି ଆଶିଷ ସିଂ, କେନ୍ଦ୍ରାପଡା ଏସପି  ନୀତିଶେଖର  ଓ ତାଳଚୁଆ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ୍ । ସେମାନେ ତାଳଚୁଆ ଅଞ୍ଚଳରେ ସ୍ଥିତି ସମୀକ୍ଷା କରି ଲୋକମାନଙ୍କୁ କିଛି ଶୁଖିଲା ଖାଦ୍ୟ ଦେବା ସହ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ୬ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭବନା ରହିଛି । ସେଥିଲାଗି ଖାଲୁଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ଲାଗି କୁହାଯାଇଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀ ଯିବାକୁ ଅନେକଙ୍କୁ ପରାମର୍ଶ ଦିଆଯାଇଛି । ଓଡିଶା ଓ ପଶ୍ଚିମବଙ୍ଗ ପ୍ରତି ଅମ୍ଫାନ ଯୋଗୁଁ ଅଧିକ ବିପଦ ଥିବାରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟେଲିଫୋନ ଯୋଗେ ଆଲୋଚନା କରି ସମସ୍ତ ସହାୟତା ଓ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଦୁଇ ରାଜ୍ୟ ପାଇଁ ୪୧ଟି ଏନଡିଆରଏଫ ଟିମ୍ ମଧ୍ୟ ପଠାଯାଇଛି ।

   Related Posts