Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା : ୨୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍

3/12/2019 at 12:21 PM

ପୁରୀ ୩।୧: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ସ୍ବୀକାର କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ । ସେ କହିଛନ୍ତି ଏ, ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜିତେନ୍ଦ୍ର ସେଠୀ । ତାଙ୍କ ସହ ରାଜେଶ କୁମାର ସେଠୀ ଓରଫ ରାଜା ମଧ୍ୟ ସାମିଲ ରହିଥିଲେ । ଏହି ୨ ଜଣଙ୍କୁ କୁମ୍ଭାରପଡା ପୋଲିସ ଗିରଫ କରିଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି । ଏସ୍‌ପିଙ୍କ ତତ୍ତ୍ବାବଧାନରେ ୪ଟି ଟିମ୍ ଗଠନ କରାଯାଇଛି । ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଡିଆଇ କହିଛନ୍ତି ।

ତେବେ ପୋଲିସ ବିଭାଗ ପକ୍ଷରୁ ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ନାଁରେ କରାଯିବ ଆଉ ଏକ ମାମଲା । ଚାକିରୀରୁ ବହିଷ୍କୃତ ହେବା ପରେ ପୋଲିସର ପରିଚୟ ପତ୍ର ବ୍ୟବହାର କରୁଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯିବ । ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ । ଆଇପିସି ୩୬୬, ୩୬୭-ଡିଏ, ୩୯୪ ପୋକ୍ସୋ ଆକ୍ଟ ଅନୁଯାୟୀ ପୀଡିତାଙ୍କୁ ନ୍ୟାୟ ଦିଆଯିବ । ପୀଡିତାଙ୍କୁ ସମସ୍ତ ସୁରକ୍ଷା ଦିଆଯିବା ସହ ଆର୍ଥକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ପୀଡିତା ନାବାଳିକା ଥିବାରୁ ଡିଏସଡବ୍ଲୁଓଙ୍କ ପକ୍ଷରୁ କାଉନସେଲିଂ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡିତାଙ୍କ କହିବା ଅନୁଯାୟୀ, ୨ତାରିଖ ଦିନ ୩ଟା ବେଳେ  ନିମାପଡାରେ କାକଟପୁର ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ବସ ଚାଲିଯାଇଥିବାରୁ ସେ କେମିତି ଯିବେ ବୋଲି ବ୍ୟସ୍ତ ହେଉଥିଲେ । ସେତିକିବେଳେ ୪ ଜଣ କାରରେ ପହଞ୍ଚିଥିଲେ । ପୋଲିସ ପରିଚୟ ପତ୍ର ଦେଖାଇ ତାଙ୍କୁ ଛାଡି ଦେବେ ବୋଲି ବିଶ୍ବାସ ଜନ୍ମାଇ ଥିଲେ । ଯୁବତୀ ଏମାନଙ୍କୁ ବିଶ୍ବାସକରି କାରରେ ଚାଲିଆସିଥିଲେ । କାର ଭିତରେ ଯୁବତୀଙ୍କୁ ୪ଜଣ ବେହୋସ କରିଦେଇଥିଲେ । ପରେ ପୁରୀ ଝାଡେଶ୍ବରୀ କ୍ଲବ୍ ନିକଟ ଏକ କ୍ବାର୍ଟରରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ।

   Related Posts