Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ସୀମା ଟପିଲା ବର୍ବରତା : ଦିବ୍ୟାଙ୍ଗ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ, ଉଦ୍ଧାର କଲା ପୋଲିସ

17/12/2020 at 9:00 AM

ମହାକାଳପଡା ୧୭।୧୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଳାଇଲେ ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସର୍ବସାଧାରଣ ସ୍ଥାନରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରୁଥିବାର ଦୃଶ୍ୟ । କିଏ ବାଡିରେ ମାଡ ମାରୁଛି କିଏ ପୁଣି ଜୋତାରେ, କିଏ ପୁଣି ଲୁହା ରଡରେ, କିଏ ପୁଣି ଗରମ ପାଣି ଫୋପାଡୁ ଥିବାର ଦୃଶ୍ୟ । ବର୍ବରତା, ନିଷ୍ଠୁରତା ସବୁ ସୀମା ଟପି ଯାଇଛନ୍ତି ନର ରାକ୍ଷସ । ସର୍ବସାଧାରଣ ସ୍ଥାନରେ ଏଭଳି ଦୃଶ୍ୟକୁ ଲୋକମାନେ ମଜା ନେଉଛନ୍ତି ମାତ୍ର କେହି ସେହି ପାଷଣମାନଙ୍କ ପାଖରୁ ଉଦ୍ଧାର କରୁନାହଁ । ବରଂ ଭିଡିଓ ଉତ୍ତୋଳନ କରିବା ସହ ମଜା ନେଉଥିଲେ ।

ଏହି ଖବର ପାଇ ମହାକାଳପଡା ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି । ମାଡ ଖାଉଥିବା ଯୁବକଙ୍କ ଘର ଅଳାଇଲେ ପଞ୍ଚାୟତର ବକଗଲପୁର ଗାଁର ମନୋଜ ମଳିକ । ତାଙ୍କ ମା’ ବେଙ୍ଗୁଲି ମଳିକ ପୁଅ ମାନସିକ ବିକାର ରୋଗୀ ପୁଅକୁ ମାଡ ମାରିବା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପୋଲିସ ଏହି ଘଟଣାରେ ସଂପୃକ୍ତି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।  

   Related Posts