ଭିନ୍ନକ୍ଷମ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ୬ମାସର ଗର୍ଭବତୀ କରାଇ ଯୁବକ ଫେରାର

Published By : Prameya-News7 Bureau | April 16, 2021 IST

ସୋର ୧୬।୪: ଭିନ୍ନକ୍ଷମ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ । ପରେ ୬ ମାସର ଗର୍ଭବତୀ କରାଇ ଯୁବକ ଫେରାର । ଥାନରେ ଦ୍ବାରସ୍ଥ ହେଲେ ପୀଡିତା ସହ ତାଙ୍କ ଭାଇ-ଭାଉଜ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ୧୭ ବର୍ଷର ଭିନ୍ନକ୍ଷମ ନାବାଳିକାଙ୍କ ସହ ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଶରତ ଗ୍ରାମର ସମ୍ପର୍କୀୟ ଦାଦା ଶାରିରୀକ ସମ୍ପର୍କ ରଖିଥିଲେ । ଦୀର୍ଘ ୬ ମାସ ଧରି ଭିନ୍ନକ୍ଷମ ନାବାଳିକା ଝିଆରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ସଂପୃକ୍ତ ଯୁବକଙ୍କୁ ବିବାହ ପାଇଁ କହିବାରୁ ସେ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲେ । ଭିନ୍ନକ୍ଷମ ନାବାଳିକା ମନା କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଘଟଣା ସଂପର୍କରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଜାଣିବା ପରେ ଗାଁରେ ବୈଠକ କରାଯାଇଥିଲା । ଏହାପରେ ସଂପୃକ୍ତ ଯୁବକ ଜଣଙ୍କ ଫେରାର ହୋଇଯାଇଛି । ଏନେଇ ଖଇରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ  ପରେ ଯୁବକଙ୍କ ବାପାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.