ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟୋ ଚାଳକ ଗିରଫ

Published By : Prameya-News7 Bureau | December 09, 2020 IST

ଜଗତସିଂହପୁର ୯।୧୨: ଜଗତସିଂହପୁରରେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ସଦର ଥାନା ହାଟ ବଜାର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ସଦର ଥାନା ହାଟ ବଜାର ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ରାତିରେ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଛି ।

ଏନେଇ ସଦର ଥାନା ପୀଡିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତ ଅଟୋ ଚାଳକକୁ ପୋଲିସ ଗିରଫ ହୋଇଛି । ଅଟୋ ଚାଳକ ବଙ୍ଗାଳି ସାହି ଗାଁର ଗୋରା ବାରିକ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.