ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର

Published By : Prameya-News7 Bureau | April 17, 2021 IST

ଉଦଳା ୧୭।୪: ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । 

କପ୍ତିପଦା ଥାନା ଅଂଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଯିଏ କି କଥା କହିପାରି ନାହିଁ ସେ ନିଜ ଘରେ ଏକା ରହିଥିଲେ । ସନ୍ଧ୍ୟା ସମୟରେ ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ପକ୍ଷାଘାତରେ ପୀଡିତ ବାପାଙ୍କ ସହିତ ଥିବାବେଳେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଘର ଭିତରେ ପଶି ଯୁବତୀଙ୍କୁ ଟେକି ନେଇଥିଲା । ଯୁବତୀଙ୍କୁ ଟେକି ନେଇ ଘର ପଛପଟେ ଦୁଷ୍କର୍ମ କରିବା ପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ଯୁବତୀ ନିଜ ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇବା ପରେ ପରିବାର ଲୋକେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଜଣେ ଦିବ୍ୟାଙ୍ଗ ଯୁବତୀ ପ୍ରତି ଏଭଳି ପାଶବିକ ଅତ୍ୟାଚାରକୁ ସ୍ଥାନୀୟ ଅଂଚଳରେ ତୀବ୍ର ନିନ୍ଦା କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.