Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଭୋଗରାଇ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା : ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ସଂଘ ପକ୍ଷରୁ ଦାବି

4/08/2021 at 5:39 PM

ଭୋଗରାଇ ୪।୮: ଭୋଗରାଇର ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ବାଲିମାଫିଆଙ୍କ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହି ବାଲି ମାଫିଆଙ୍କୁ ଗିରଫ ଦାବି କରିଛନ୍ତି ଭୋଗରାଇର ସାଧାରଣ ନାଗରିକ, ସାମ୍ବାଦିକ ସଂଘ ଏବଂ ବୁଦ୍ଧିଜୀବୀ । ଭୋଗରାଇର କେତେକ ସଚେତନ ନାଗରିକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ସେହିପରି ଭୋଗରାଇ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୂର୍ବାଞ୍ଚଳ ଆଇଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର କମର୍ଦ୍ଦା ଥାନା ଅଧିକାରିଣୀଙ୍କୁ ପ୍ରଦାନ କରାଯାଇଛି।

ସେପଟେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଭୋଗରାଇ ଓକିଲ ସଂଘ ଓ ମୋହରିର ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମଙ୍ଗଳବାରଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅଫିସକୁ ତାଲା ପକାଇ ବନ୍ଦ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟକୁ ବନ୍ଦ ରଖାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସେପଟେ ଭୋଗରାଇ ବିଧାୟକ ଅନନ୍ତ ଦାସ ଙ୍କୁ ପ୍ୟାରୀମୋହନ ସେବା ପରିଷଦ ପକ୍ଷରୁ ପ୍ରଶ୍ନ କରାଯାଇଛି । ଘଟଣାକୁ ୨୪ ଘଣ୍ଟା ବିତିବାକୁ ଗଲାଣି ଏ ନେଇ ବିଧାୟକ କଣ ପଦକ୍ଷେପ ନେଇଛନ୍ତି ? ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଧାୟକ ଥାଉ ଥାଉ ତାଙ୍କ ନିର୍ବାଚନ ମଣ୍ଡଳୀର ଉଚ୍ଚ ପଦରେ ଥିବା ସରକାରୀ ମାଜିଷ୍ଟ୍ରେଟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଏ ତେବେ ସେହି ଅଞ୍ଚଳର ସାଧାରଣ ଜନତାଙ୍କ ପ୍ରତି କିଭଳି ବ୍ୟବହାର କରାଯାଉଥିବ ଏହା ବିଧାୟକ ଅନୁଭବ କରିଛନ୍ତି କି ?  ତା ଛଡା ଭୋଗରାଇ ଅଞ୍ଚଳ ଓଡିଶା ରାଜ୍ୟର ଏକ ସ୍ବାଭିମାନର ପ୍ରତୀକ।  ଅତିରିକ୍ତ ତହସିଲଦାରଙ୍କ ସହିତ ଘଟିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ।

   Related Posts