ଡିମ୍ପଲ-ସୁମିତ ମାମଲାରେ ଭିନ୍ନ ଟ୍ଵିଷ୍ଟ: ସାତ ଦିନ ପାଇଁ ଏକାଠି ହେଲେ ପତି-ପତ୍ନୀ, ତିକ୍ତତା ଦୂର ହେବ ନା ସୃଷ୍ଟି ହେବ ଭିନ୍ନ କାହାଣୀ

Published By : Prameya-News7 Bureau | December 03, 2021 IST

ସାନଖେମୁଣ୍ଡି ୦୩।୧୨: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ଘଟଣାର ଗତକାଲି ଏକ ଭିନ୍ନ  ଟ୍ବିଷ୍ଟ ନେଇଛି। ବ୍ରହ୍ମପୁର କୋର୍ଟଙ୍କ ରାୟ ଅନୁସାରେ ଏବେ  ସାତ ଦିନ ପାଇଁ ଉଭୟ ଏକାଠି ରହିଛନ୍ତି । ଉଭୟଙ୍କ ରହଣୀର ତଦାରଖ ଦାୟିତ୍ଵରେ ରହିଛି  ଆସିକା ପୋଲିସ । ଆସିକା କାଳଷଣ୍ଢପୁର ଚିନିକଳ  ଗେଷ୍ଟ ହାଉସରେ ସେମାନଙ୍କୁ ଛାଡ଼ିଦିଆଯାଇଛି । ପ୍ରଶ୍ନ ଉଠୁଛି ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଏବେ ଦୂର ହେବ ନା ଏହା ଭିନ୍ନ ଏକ କାହାଣୀ ସୃଷ୍ଟି କରିବ।

{"id":553825,"sizeSlug":"full","linkDestination":"none"}

ପୋଲିସ ପତିପତ୍ନୀଙ୍କୁ ଗାଡ଼ିରେ ବସେଇ ଉଠେଇ ଆଣିଲା। କାଳଷଣ୍ଢପୁର ଚିନିକଳ ଗେଷ୍ଟ ହାଉସରେ ଛାଡ଼ିଦେଲା । ଏବେ ଗେଷ୍ଟ ହାଉସରେ ପତିପତ୍ନୀ, ବାହାରେ ପୋଲିସ। ବ୍ରହ୍ମପୁରର ସହରର ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ଘଟଣାର ରାଜଧାନୀ ହୋଇଛି ଏହି ଗେଷ୍ଟ ହାଉସ। ଗେଷ୍ଟ ହାଉସରେ କେବଳ ଡିମ୍ପଲ ଆଉ ସୁମିତ। ଯେମିତି ଅଜ୍ଞାତ ବାସର ହନିମୁନ ଟ୍ରିପ।  ଘର ଲୋକ ନା ଦେଖା କରିପାରିବେ ନା ଫୋନରେ କଥା ହୋଇପାରିବେ। ଏଣୁ ପ୍ରଶ୍ନ ଉଠୁଛି କଣ ସଂପର୍କ ସଜାଡ଼ି ହେବ। ସବୁ ବିବାଦ ଭୁଲି ଉଭୟ କଣ ପୁଣି ଏକାଠି ଦାମ୍ପତ୍ୟ ଆରମ୍ଭ କରିବାକୁ ମନ ବଳେଇବେ। ୭ ଦିନ ଭିତରେ ପୁଣି ୭ ଜନ୍ମର ସଂପର୍କ ଗଢ଼ି ଉଠିବ? ଗେଷ୍ଟ ହାଉସରେ ପ୍ରେମର ସଂଗୀତ ବାଜିବ?   ନା ପତି ପତ୍ନୀଙ୍କ ମଧ୍ୟରେ ପୁଣି କଣ୍ଟା ହେବ ଜିଦି। ଅଭୁଲା କଳିକୁ ଗୁରୁତ୍ବ ଦେଇ ଉଭୟ ଭବିଷ୍ୟତକୁ ଜଳାଞ୍ଜଳି ଦେବେ। ଆଉ ଗେଷ୍ଟ ହାଉସରୁ ୭ ଦିନ ଭିତରେ ପୋଲିସ ଶୁଣିବ କେବଳ ଗୋଇଖୋଳା। 

{"id":553826,"sizeSlug":"full","linkDestination":"none"}

ସାତ ଦିନର ଫର୍ମୁଲା ଲେଖିଛନ୍ତି କୋର୍ଟ। ଗେଷ୍ଟ ହାଉସରେ ଉଭୟ ପତିପତ୍ନୀଙ୍କୁ ଛାଡ଼ି ଦେଇଛି ପୋଲିସ।  ପୋଲିସ ମଧ୍ୟ ସେମାନଙ୍କୁ ଖାଇବା ଠାରୁ ଅ।ରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛି। କୌଣସିଥିରେ ଯେମିତି କିଛି ଅବହେଳା ନହୁଏ ସେଥିରେ ପୋଲିସ ଖୁବ ଯତ୍ନବାନ ଅଛି। ଏଥିସହିତ ଉଭୟଙ୍କ କାର୍ଯ୍ୟକଳାପ ଗତିବିଧି ଉପରେ ନଜର ରଖିଛି ପୋଲିସ।

{"id":553827,"sizeSlug":"full","linkDestination":"none"}

ଗେଷ୍ଟ ହାଉସ ଚାରିପଟେ ପୋଲିସ। ସବୁ ଗତିବିଧିର ଯଦି ପୋଲିସ ରିପୋର୍ଟ ପ୍ରସ୍ତୁତ କରିବ ତେବେ ଉଭୟଙ୍କ ସଂପର୍କ ଆଗକୁ ବଢ଼ିବ ତ? ଏ ପ୍ରଶ୍ନ ଉଠିବା ବି ସ୍ବାଭାବିକ। ତେବେ ଏହି ଘଟଣା ଉପରେ ପୋଲିସ ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ।  ତା ଛଡ଼ା କୋର୍ଟଙ୍କ ନିୟମ ଜଦି କୌଣସି ସ୍ଥାନରେ ଉଲ୍ଲଂଘନ ହୁଏ ତାହେଲେ ପୁଣି ୭ ଦିନ ରହିବାକୁ ପଡ଼ିପାରେ। ହେଲେ ସବୁକିଛି ନିର୍ଭର କରୁଛି ପତିପତ୍ନୀଙ୍କ ଉପରେ ଓ ସେମାନଙ୍କ ନିଷ୍ପତ୍ତି ଉପରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.