ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା, ଅନେକ ଯାତ୍ରୀ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 10, 2019 IST

କନ୍ଧମାଳ ୧୦।୧୨: କନ୍ଧମାଳରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା । କୋଟଗଡରେ ଟାଟା ମେଜିକ୍ ଗାଡି ଓଲଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଗୁରୁମାହାରୁ ଯାତ୍ରୀ ନେଇ କୋଟଗଡ ଯିବାବେଳେ ଟାଟା ମେଜିକ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତଙ୍କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦ୍ବିତୀୟ ଦୁର୍ଘଟଣା ଘଟିଛି ବଙ୍ଗଡଦୁଆ ଘାଟିରେ । ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା ଯୋଗୁଁ ୮ ଜଣ ଗୁରୁତର ହୋଇଛନ୍ତି । ୫ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୩ ଆହତଙ୍କ ବ୍ରାହ୍ମଣୀଗାଁ ମେଡିକାଲରେ ଚିକିତ୍ସା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.