ପିଆଜ ଗଦିରେ ୬୦, ମାର୍କେଟ୍‌ରେ ୧୨୦ : ଗ୍ରାହକ ହତାଶ

Published By : Prameya-News7 Bureau | December 11, 2019 IST

ଭୁବନେଶ୍ବର ୧୧।୧୨: ପିଆଜ ଦରକୁ ନେଇ ମାର୍କେଟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ କିନ୍ତୁ କିଛି ଅଲଗା ତଥ୍ୟ ସାମ୍ନାକୁ ଆସିଛି । ଗ୍ରାହକ ହତାସ, ହେଲେ ମାଲେମାଲ୍ ହେଉଛନ୍ତି ଖୁଚୁରା ବେପାରୀ । କାରଣ ଆଇଗିଣିଆ ଗଦିରେ ପିଆଜ କିଲୋ ୬୦ରୁ ୭୦ ଟଙ୍କା ଭିତରେ ବିକ୍ରି ହେଉଛି । ହେଲେ ଖୁଚୁରା ମାର୍କେଟରେ ପିଆଜ ଏବେବି ୧୦୦ରୁ ୧୨୦ ଟଙ୍କା ଭିତରେ ବିକ୍ରି ହେଉଛି । ଆଇଗିଣିଆ ଗଦିକୁ ପ୍ରଚୁର ପିଆଜ ଆସୁଥିବା ବେଳେ ଖୁଚୁରା ବେପାରି ଏହାକୁ ଆଣି ଚଢା ଦରରେ ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏଥିରୁ ଅନୁମାନ କରି ହେଉଛି ଯେ, ବେପାରି ଏଥିରୁ କେତେ ଫାଇଦା ଉଠାଉଛନ୍ତି । ଯୋଗାଣ ବିଭାଗର ଦର ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.