ଶ୍ରୀମନ୍ଦିର କାର୍ତ୍ତିକ ନୀତି, ବାଳଭୋଗ ଏବଂ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ପ୍ରସ୍ତୁତ, କାର୍ତ୍ତିକରେ ଦକ୍ଷିଣ ଓ ଉତ୍ତର ଦ୍ୱାରରେ ମିଳିବ ମହାପ୍ରସାଦ

Published By : Prameya-News7 Bureau | October 30, 2020 IST

ପୁରୀ, ୩୦।୧୦: ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଉପଜିଲ୍ଲାପାଳ। କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ସମସ୍ତେ ଯେଭଳି ସୁବିଧାରେ ମହାପ୍ରସାଦ ପାଇପାରିବେ ସେ ନେଇ ମଧ୍ୟ ସ୍ଥିତି ପରଖିଛନ୍ତି। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ବାରରେ ମହାପ୍ରସାଦ ମିଳିବା ପାଇଁ ବ୍ୟବସ୍ଥା ହେବ। ଅନ୍ୟପଟରେ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି, ବାଳଭୋଗ ସହ ଆସନ୍ତା ନଭେମ୍ବର ୨୭ ରେ ହେବାକୁ ଥିବା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି।

{"id":353503,"sizeSlug":"large"}

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ମହାକାର୍ତ୍ତିକରେ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ  ଦେଖିପାରିବେନି ହବିଷ୍ୟାଳୀ। ଭକ୍ତ-ଭଗବାନଙ୍କ ମଧ୍ୟରେ ପ୍ରାଚୀର ହୋଇ ଛିଡା ହୋଇଛି କାଳରୂପୀ କରୋନା ।ଭକ୍ତ ବ୍ୟଥିତ ଏହା ଭିତରେ ସାମାନ୍ୟ ସାମାନ୍ୟ ଆଶ୍ବସ୍ତି ଆଣିଛି ମହାପ୍ରସାଦ ମିଳିବା ଖବର । ଧର୍ମ ମାସ କାର୍ତ୍ତିକରେ ଯେମିତି ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ମହାପ୍ରସାଦ ସୁବିଧାରେ ପାଇବେ ସେଥିପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ଶ୍ରୀମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଦ୍ବାରାରରେ ଟୋକନ ମାଧ୍ୟମରେ ମହାପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି ।

ସେହିପରି ଏବର୍ଷ ବଡ଼ ଓଷାରେ ଧବଳେଶ୍ବରଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ବଡ଼ଓଷା ଏବଂ ପଞ୍ଚୁକରେ ଧବଳେଶ୍ବର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏବର୍ଷ କିନ୍ତୁ ପୀଠକୁ ଯିବା ଉପରେ କଟକଣା ଲଗାଇଛି କଟକ ଜିଲ୍ଲା ପ୍ରଶାସନ । ତେବେ ବିଧି ମୁତାବକ ଶ୍ରୀ ଧବଳେଶ୍ବରଙ୍କ ସମସ୍ତ ନୀତିକାନ୍ତି ହେବ ।

କେବଳ ଯେ ଠାକୁର ଦର୍ଶନ ବନ୍ଦ ସେକଥା ନୁହେଁ, ଏବର୍ଷ ବନ୍ଦ ରହିବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ବୁଲା ସହ କିଣାବିକାରୁ ବି ବଞ୍ଚିତ ହେବେ ଲୋକେ । ଗଡଗଡିଆ ଘାଟରେ ଲାଗିବନି ଗହଳି ଚହଳି, ହେବନି ବୋଇତ ବନ୍ଦାଣ ଉତ୍ସବ। କୋଭି଼ଡ ଗାଇଡ୍‌ଲାଇନକୁ ଆଖିରେ ରଖି ଏମିତି କଠୋର ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.