ଭାରତର କେଉଁ ରାଜ୍ୟରେ ଶ୍ରୀ କୃଷ୍ଣଙ୍କୁ କେଉଁ ନାଁରେ ସମ୍ବୋଧନ କରାଯାଏ, ଜାଣନ୍ତୁ

Published By : Prameya-News7 Bureau | August 23, 2019 IST

ଭଗବାନ ଶ୍ରୀ କୃଷ୍ଣଙ୍କର ଅସଂଖ୍ୟ ନାଁ ଅଛି। ତେବେ କେଉଁ ରାଜ୍ୟରେ ତାଙ୍କୁ କେଉଁ ନାଁରେ ଡକାଯାଏ, ଜାଣନ୍ତୁ।

ଉତ୍ତରପ୍ରଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନନ୍ଦ ଗୋପାଳ, ବାଙ୍କେ ବିହାରୀ, ଗୋବିନ୍ଦା, ବ୍ରଜବାସୀ,ମାଧବ, ବାସୁଦେବ ଓ ଗୋପୀ ନାଁରେ ଡକା ଯାଏ।

{"id":147877,"width":588,"height":473}

ରାଜସ୍ତାନରେ ଶ୍ରୀନାଥଜୀ ଓ ଠାକୁରଜୀ ନାଁରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରାଯାଏ।

ମହାରାଷ୍ଟ୍ରରେ ବିଠଲ, ଗୁଜରାଟରେ ଦ୍ବାରକାଧିଶ ଏବଂ ରଣଛୋଡଦାସଙ୍କ ନାଁରେ ଶ୍ରୀକୃଷ୍ଣଙ୍କୁ ଡକାଯାଏ।

ଅପରପକ୍ଷରେ ଓଡିଶାରେ ଶ୍ରୀକୃଷ୍ଣଙ୍କୁ ଭଗବାନ ଜଗନ୍ନାଥ ତ ପଶ୍ଚିମ ବଙ୍ଗରେ ଗୋପାଳଜୀ ନାଁରେ ପୂଜା କରାଯାଏ।

{"id":147878}

ଦକ୍ଷିଣ ଭାରତରେ ଭେଙ୍କଟେଶ ବା ଗୋବିନ୍ଦା ନାଁରେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରାଯାଏ।

ଆସାମ, ତ୍ରୀପୁରା, ନେପାଲ ଓ ଅନ୍ୟାନ୍ୟ ପୂର୍ବାଞ୍ଚଳ ରାଜ୍ୟରେ  କୃଷ୍ଣ ନାଁରେ ହିଁ ପୂଜା କରାଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.