Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Coronaରେ ବାହାଘର : ବଣ୍ଟା ହେଲା ମାସ୍କ-ସାନିଟାଇଜର, ଅସହାୟଙ୍କୁ ଖାଦ୍ୟ ଓ covid ଲଢେଇ ପାଇଁ ସରକାରଙ୍କୁ ସହାୟତା

18/05/2020 at 1:17 PM

ପାଟଣା ୧୮।୦୫: ଲକ୍‌ଡାଉନ ପାଇଁ ନିଆରା ବାହାଘର । ବିବାହ ପାଇଁ ଛପା ହୋଇ ନଥିଲା କାର୍ଡ , ବାଜିଲାନି ବାଜା କି ଫୁଟି ନାହିଁ ବାଣ । ଆସି ନଥିଲେ ବରଯାତ୍ରୀ, କି ହୋଇ ନାହିଁ ଭୋଜିଭାତ। ଲକ ଡାଉନ ସମୟରେ ଏପରି ନିଆରା ବାହାଘରରେ କନ୍ୟା ପିତାଙ୍କ ଲାଗି ନଥିଲା ଯାନିଯୌତୁକ ଚିନ୍ତା। ବର ଓ କନ୍ୟାଙ୍କ ସହିତ ବ୍ରାହ୍ମଣ ଏବଂ କନ୍ୟା ପିତା ସାମାଜିକ ଦୁରତା ରକ୍ଷା କରି ମୁହଁରେ ମାକ୍ସ ପିନ୍ଧି ନିରାଡ଼ମ୍ବରରେ ବାହାଘର କରିଛନ୍ତି ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ଗ୍ରାମର ବାସନ୍ତୀ ଲତା ସାହୁ ଓ ମଧୁସୂଦନ ସାହୁଙ୍କ ସାନ ପୁଅ ମିତ୍ର ସୁନ୍ଦର ସାହୁ ସଦର ବ୍ଲକ ଅଞ୍ଜର ଗ୍ରାମର ମନ୍ଦାକିନୀ ସାହୁ ଓ ସଚ୍ଚିଦାନନ୍ଦ ସାହୁଙ୍କ ଝିଅ ରିତାରାଣୀଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି। ନିରାଡ଼ମ୍ବର ବାହାଘର ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଣ୍ଡା ଗ୍ରାମରେ ସମ୍ପନ୍ନ ହୋଇଛି। ସାତ ଦୀପ ଆଠ କଳସ ଏବଂ ଅଗ୍ନିକୁ ସାକ୍ଷୀ କରି ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଉଭୟ ଦମ୍ପତି ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି।

ସାଧାରଣ ବାହାଘରରେ ନବ ଦମ୍ପତିଙ୍କୁ ଅତିଥି ଓ ପରିବାର ଲୋକେ ବହୁ ମୂଲ୍ୟବାନ ଉପହାର ଦିଅନ୍ତି । ହେଲେ କରୋନା ପାଇଁ ଏହି ଆଦର୍ଶ ବିବାହରେ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। କରୋନା ପାଇଁ ଉପସ୍ଥିତ ଲୋକଙ୍କୁ ନବ ଦମ୍ପତି ମାକ୍ସ ସାନିଟାଇଜର ସହିତ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ବିବାହ ବନ୍ଦନ ରେ ବାନ୍ଧି ହୋଇଛନ୍ତି।

ସମାଜକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ଲୋକଙ୍କୁ ସଚେତନତା କରାଇଛନ୍ତି ନବ ଦମ୍ପତି । ଏଥି ସହିତ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ କୁ ୫ହଜାର ଟଙ୍କାରର ସହାୟତା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମଧ୍ୟ ୫ ହଜାର ଟଙ୍କାର ସହାୟତା ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି। ଲକଡାଉନ ସମୟରେ ଏପରି ବିବାହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

   Related Posts