ସୁନ୍ଦରଗଡ ବାଲିଶଙ୍କରା ବ୍ଲକରେ ବିଭିନ୍ନ ଅଞ୍ଚଳ ସଟ୍ ଡାଉନ୍, ୩ ଦିନ ପାଇଁ ରହିବ ବଳବତ୍ତର

Published By : Prameya-News7 Bureau | April 09, 2021 IST

ସୁନ୍ଦରଗଡ ୯।୪: ପଶ୍ଚିମ ଓଡିଶାରେ କରୋନା ସ୍ଥିତି ସଙ୍ଗୀନ । ବଢିବାରେ ଲାଗିଛି ପଜିଟିଭଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ଫୋକସରେ ପଶ୍ଚିମ ଓଡିଶା । ସୁନ୍ଦରଗଡରେ ପ୍ରତ୍ୟେକ ଦିନ ପଜିଟିଭ ଚିହ୍ନଟ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲିଶଙ୍କରା ବ୍ଲକରେ ସଂକ୍ରମିତ ଚିହ୍ନ ପରେ ବିଭିନ୍ନ ଅଞ୍ଚଳକୁ ସଟଡାଉନ୍‌ ଘୋଷଣା କରାଯାଇଛି ।  ୩ ଦିନ ପାଇଁ  ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ।  ଜରୁରୀ ସେବାକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିବ ।  ନିମୟ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

{"id":435591,"sizeSlug":"large","linkDestination":"none"}

ସେପଟେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ନବମ ଓ ଏକାଦଶ ଶ୍ରେଣୀ ଛୁଟି କରିଛନ୍ତି । ସୁନ୍ଦରଗଡରେ ଥିବା ବିଭିନ୍ନ ଆବାସିକ ବିଦ୍ୟାଳୟ ସହ କଲେଜ ଛୁଟି କରି ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖାଲି କରାଯାଉଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ସହ ବନ୍ଦ ରହିବ ହଷ୍ଟେଲ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ବେସରକାରୀ ଆବାସିକ ଶିକ୍ଷାନୁଷ୍ଠାନମାନ ହଷ୍ଟେଲ ଖାଲି କରାଇ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦେଉଛନ୍ତି ।

{"id":435592,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୬୮୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୮୮୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୩୦୪୭୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୨୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.