ଅନ୍ତର୍ଜାତୀୟ କୋର୍ଟରେ କାଶ୍ମୀର ମାମଲା ଉଠାଇବା ନେଇ ପାକିସ୍ତାନରେ ବଢ଼ୁଛି ଅସନ୍ତୋଷ, ଲିଗାଲ ଏକ୍ସପର୍ଟ କହିଲେ, ଭାରତ ଉପରେ ପଡିବ ନାହିଁ ପ୍ରଭାବ…

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ୨୨|୮: ଅନ୍ତର୍ଜାତୀୟ ଅଦାଲତରେ କାଶ୍ମୀର ମାମଲା ଉଠାଇବ ବୋଲି ପାକିସ୍ତାନ ଦୁଇଦିନ ହେଲା କହୁଛି।ଏଥିପାଇଁ ଅନ୍ତର୍ଜାତୀୟ ଆଇନ କାନୁନ୍ ସଂପର୍କରେ ବୁଝିବା ପାଇଁ ଆଇନ ଜୀବୀମାନଙ୍କ ସହ ପାକିସ୍ତାନ କଥାବାର୍ତ୍ତା ଆରମ୍ଭ କରି ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ମଙ୍ଗଳବାର ଦିନ ଏହି ସଂପର୍କରେ ପ୍ରତିକ୍ରିୟା ଦେଇଥିଲେ। ତେବେ ଏହି ମାମଲା ଉପରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ବୁଧବାର ଦିନ ପାକିସ୍ତାନର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ଅଦାଲତରେ କାଶ୍ମୀର ମାମଲା ଉଠାଇବା ପାଇଁ ପାକିସ୍ତାନ ପ୍ରସ୍ତୁତ ନାହିଁ ବୋଲି ମଧ୍ୟ ଗୃହ ମନ୍ତ୍ରାଳୟ କହିଥିଲା ।

ସୂଚନା ମୁତାବକ, ଅନ୍ତର୍ଜାତୀୟ ଅଦାଲତରେ କାଶ୍ମୀର ମାମଲାକୁ ନେବା ପାଇଁ ପାକିସ୍ତାନରେ ଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟା ଦିଆଯାଇଛି। କାଶ୍ମୀର ମାମଲାରେ ଆଲୋଚନା କରିବା ପାଇଁ ପାକିସ୍ତାନର ଜଣେ ବରିଷ୍ଠ ନେତା ଲଣ୍ଡନର ଅଭିଜ୍ଞ ଆଇନଜୀବୀ ଏମର୍ସନଙ୍କ ସହ ଆଲୋଚନା କରିବା ପାଇଁ ଯାଇଛନ୍ତି ବୋଲି ସୂଚନା ମିଳିଛି। କାଶ୍ମୀର ମାମଲାକୁ ଆଇସିଜେରେ ଉଠାଇବା ପାଇଁ ଏମର୍ସନ ପାକିସ୍ତାନକୁ ପରାମର୍ଶ ଦେଇଥିଲେ।

ଅନ୍ତର୍ଜାତୀୟ ଅଦାଲତର ନିଷ୍ପତ୍ତି ପାକିସ୍ତାନ ପାଇଁ ଚେତବନୀ ମଧ୍ୟ ହୋଇପାରେ।ଏହି ପ୍ରସଙ୍ଗକୁ ଉପରେ ଆଇସିଜେର ଅଧିକାରୀଙ୍କୁ ନେଇ ପାକିସ୍ତାନର ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଅନ୍ତର୍ଜାତୀୟ ଅଦାଲତର ଜଣେ ଅଭିଜ୍ଞ ଆଇନଜୀବୀ ତୈମୁର ମାଲିକ୍ କହିଛନ୍ତି, ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ଅଦାଲତକୁ ଯିବା ଉଚି୍ତ୍। କିନ୍ତୁ ଆଇସିଜେ କେବଳ ପାକିସ୍ତାନକୁ ପରାମର୍ଶ ଦେଇ ପାରିବ ।

ତୈମୁର କହିଛନ୍ତି, ଅନ୍ତର୍ଜାତୀୟ ଅଦାଲତର ବିଭିନ୍ନ ବ୍ୟବସ୍ଥା ସତ୍ବେ ଭାରତର ଉପରେ କୌଣସି ପ୍ରଭାବ ପଡିବ ନାହିଁ।ଏନେଇ ଭାରତ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ପାକିସ୍ତାର ବୈଦେଶିକ ମନ୍ତ୍ରୀ କୁରେଶୀ ମଙ୍ଗଳବାର ଦିନ ଇସ୍ଲାମବାଦରେ କହିଛନ୍ତି, କାଶ୍ମୀର ପ୍ରସଙ୍ଗକୁ ଆଇସିଜେକୁ ନେଇ ସେ ଠିକ୍ କରିଛନ୍ତି। ଅନ୍ତର୍ଜାତୀୟ ଅଦାଲତ ଠିକ୍ ନ୍ୟାୟ ପ୍ରଦାନ କରିବେ ବୋଲି ତାଙ୍କର ବିଶ୍ବାସ ଅଛି।ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଜଣେ ସହଯୋଗୀ କହିଛନ୍ତି, ଏହି ମାମଲରେ ଦୁନିଆର ପ୍ରସିଦ୍ଧ ଆଇନ ଜୀବୀମାନେ ମୈଦାନକୁ ଓହ୍ଲାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.