ହିନ୍ଦୁ ଧର୍ମରେ ଯଜ୍ଞର ମହତ୍ତ୍ୱ କ'ଣ ? ଯଜ୍ଞ ଓ ହୋମ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ ଜାଣନ୍ତୁ

Published By : Prameya-News7 Bureau | September 21, 2020 IST

ଭୁବନେଶ୍ୱର ୨୧/୦୯ : ହିନ୍ଦୁ ଧର୍ମରେ ଯଜ୍ଞ ବହୁତ ମହତ୍ଵପୁର୍ଣ । ଯଜ୍ଞ ଏକ ବିଶେଷ ଧାର୍ମିକ ପ୍ରକ୍ରିୟା । ଯଜ୍ଞ ଦ୍ୱାରା ମନୁଷ୍ୟ କେବଳ ଭୌତିକ ସୁଖ ପ୍ରାପ୍ତ କରିନଥାଏ ବରଂ ଆଧ୍ୟାତ୍ମିକ ସମ୍ପଦ ମଧ୍ୟ ପ୍ରାପ୍ତ କରିଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ, ସଂସ୍କୃତ ମହାକାବ୍ୟରେ ବାରମ୍ବାର ଯଜ୍ଞର ବିବରଣୀ ଦିଆଯାଇଛି । ଏହାର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । 

ଯଜ୍ଞର ଅର୍ଥ ହେଲା, ଶୁଭ କର୍ମ, ଶ୍ରେଷ୍ଠ କର୍ମ, ସତକର୍ମ, ବୈଦିକ ସମ୍ମତ କର୍ମ । ସକାରାତ୍ମକ ଭାବନାରେ ଈଶ୍ୱର ପ୍ରକୃତି ତତ୍ତ୍ୱ ଦ୍ୱାରା କରାଯାଇଥିବା ଆହ୍ୱାନରେ ଜୀବନର ପ୍ରତ୍ୟେକ ଇଛା ପୁରା ହୋଇଥାଏ । ଯଜ୍ଞକୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ କର୍ମ ବୋଲି କୁହାଯାଇଛି । ଯଜ୍ଞ ମାଧ୍ୟମରେ ଅନେକ ରିଦ୍ଧି-ସିଦ୍ଧି ପ୍ରାପ୍ତ କରାଯାଇପାରେ । ହିନ୍ଦୁ ଧର୍ମରେ ଯଜ୍ଞ ଭଳି ହୋମର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଅଧିକାଂଶ ଲୋକ ଯଜ୍ଞ ଓ ହୋମ ମଧ୍ୟରେ ପାର୍ଥକ୍ୟ ଜାଣିନଥାନ୍ତି । ଆସନ୍ତୁ ଜାଣିବା ଯଜ୍ଞ ଓ ହୋମ ମଧ୍ୟରେ କଣ ପାର୍ଥକ୍ୟ ରହିଛି ।

{"id":332691,"sizeSlug":"large"}

୧. ହୋମ ଯଜ୍ଞର ଏକ ଛୋଟ ସ୍ୱରୂପ । ପୂଜା ପରେ ଓ ମନ୍ତ୍ର ଜପ ପରେ ଅଗ୍ନିରେ ଦିଆଯାଉଥିବା ଆହୁତିକୁ ଯଜ୍ଞ କୁହାଯାଏ ।

୨. କୌଣସି ବିଶେଷ ଉଦ୍ଦେଶ୍ୟ ପାଇଁ ଯଜ୍ଞ କରାଯାଇଥାଏ । ଯଜ୍ଞରେ ଦେବତା, ଆହୁତି, ବେଦ ମନ୍ତ୍ର, ରିତଭିକ୍, ଦକ୍ଷିଣା ଅନିବାର୍ଯ୍ୟ ।

{"id":332692,"sizeSlug":"large"}

୩. ହୋମରେ ହୋମ କୁଣ୍ଡରେ ଅଗ୍ନି ମାଧ୍ୟମରେ ଦେବତାଙ୍କ ନିକଟରେ ହବିଷ୍ୟ ପହଞ୍ଚାଇବା ପ୍ରକ୍ରିୟା ହୋଇଥାଏ । ହବିଷ୍ୟ ସେହି ପଦାର୍ଥ ଯାହାକୁ ଅଗ୍ନିରେ ଆହୁତି ଦିଆଯାଇଥାଏ ।

୪. ହୋମ ହିନ୍ଦୁ ଧର୍ମରେ ଶୁଦ୍ଧିକରଣର ଏକ କର୍ମକାଣ୍ଡ । ଶୁଭକାମନା, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଦି ପାଇଁ ମଧ୍ୟ ହୋମ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.