ମାଟିଆ ଅଣ୍ଡା ଓ ଧଳା ଅଣ୍ଡା ମଧ୍ୟରେ କଣ ପ୍ରଭେଦ ? କେଉଁ ଅଣ୍ଡା ଅଧିକ ଲାଭଦାୟକ ଜାଣନ୍ତୁ

Published By : Prameya-News7 Bureau | September 06, 2019 IST

ପିଲା ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକେ ଅଣ୍ଡା ଖାଇବା ବହୁତ ପସନ୍ଦ କରନ୍ତି। ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଅଣ୍ଡା ଶରୀରକୁ ମଜବୁତ କରିଥାଏ। ପନିପରିବା ଯେମିତି ସ୍ବାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ।ଅଣ୍ଡାରେ ଥିବା କ୍ୟାଲସିଅମ ଶରୀରର ଅସ୍ଥି ଓ ଗଣ୍ଠି ପାଇଁ ଲାଭଦାୟକ ହୋଇଥାଏ।

{"id":153828}

ଧଳା ଅଣ୍ଡାକୁ ଆମେ ଫାର୍ମ ଅଣ୍ଡା ବା ବ୍ରଏଲର ଅଣ୍ଡା ବୋଲି କହିଥାଉ। କିନ୍ତୁ ମାଟିଆ ଅଣ୍ଡା ସାଧାରଣତଃ ଦେଶୀ ଅଣ୍ଡା ହୋଇଥାଏ । ଆଜିକାଲି ମାଟିଆ ରଙ୍ଗର ଫାର୍ମ ଅଣ୍ଡା ବଜାରରେ ଉପଲବ୍ଧ ହେଲାଣି । ତେବେ ଆଜି ଆମେ କଥା ହେବା ଦେଶୀ ଅଣ୍ଡା ଓ ଫାର୍ମ ଅଣ୍ଡା ମଧ୍ୟରେ ପ୍ରଭେଦ କଣ ରହିଛି ସେ ବିଷୟରେ…

{"id":153829}

ଅଧିକାଂଶ ଲୋକେ ବଜାରରେ ମିଳୁଥିବା ଧଳା ଅଣ୍ଡା ଖାଆନ୍ତି। କିଛି ଲୋକେ ଦେଶୀ ଅଣ୍ଡା ଖାଇବା ପସନ୍ଦ କରନ୍ତି। ତେବେ ଦେଶୀ ଅଣ୍ଡା ଓ ଧଳା ଅଣ୍ଡା ମଧ୍ୟରେ ଫରକ କଣ ଜାଣନ୍ତୁ। ଏହି ଦୁଇ ପ୍ରକାରର ଅଣ୍ଡା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହି ୨ଟି ଅଣ୍ଡାରୁ ମିଳୁଥିବା ପୌଷ୍ଟିକ ତତ୍ତ୍ବ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ।

{"id":153830}

ହେଲେ ଦେଶୀ ଅଣ୍ଡାରେ କୌଣସି କେମିକାଲ ଅଂଶ ରହେ ନାହିଁ। ସେଥିପାଇଁ ଦେଶୀ ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଅଦିକ ଲାଭଦାୟକ ହୋଇଥାଏ । ଅପରପକ୍ଷରେ ଧଳାବା ଫାର୍ମ ଅଣ୍ଡା ନିୟମିତ ଭାବେ ଖାଇଲେ ମଧ୍ୟ କୌଣସି ପ୍ରକାରର କ୍ଷତି ହୁଏ ନାହିଁ।

{"id":153831}

ଦେଶୀ ଅଣ୍ଡା ଶରୀର ପାଇଁ ଲାଭଦାୟକ। ସଠିକ୍‌ ମାତ୍ରାର ଅଣ୍ଡା ଖାଇବା ଆବଶ୍ୟକ। ଲମ୍ବା ସମୟ ଧରି ଅଧିକ ଧଳା ଅଣ୍ଡା ଖାଇଲେ ହର୍ମନ ଅସନ୍ତୁଳନ ଭଳି ସମସ୍ୟା ହୋଇଥାଏ। ସୀମିତ ଅଣ୍ଡା ଖାଇଲେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.