ନମସ୍ତେ ଓ ନମସ୍କାର ମଧ୍ୟରେ କଣ ଫରକ ଜାଣନ୍ତୁ

Published By : Prameya-News7 Bureau | August 30, 2019 IST

ଗୁରୁଜନଙ୍କୁ ସମ୍ମାନ ଦେବାକୁ ଯାଇ ସାଧାରଣତଃ ଆମେ ନମସ୍ତେ ବା ନମସ୍କାର କରୁ। ତେବେ  ନମସ୍ତେ ଓ ନମସ୍କାର ଶବ୍ଦରେ କିଛି ପାର୍ଥକ୍ୟ ରହିଛି। ଅଧିକ ଫରକ ନଥିଲେ ବି କିଛି ଟା ଫରକ ଅଛି। ଏହି ଦୁଇ ଶବ୍ଦରେ ସମ୍ମାନ ଭାବନା ଅଛି ହେଲେ ସ୍ତେ ଓ ସ୍କାରରେ ଟିକିଏ ଅନ୍ତର ଅଛି।

{"id":150989,"width":573,"height":480}

ବାପା ମାଆ ଭାଇ ଭଉଣୀ ଗୁରୁ ବା ଅନ୍ୟାନ୍ୟ ଗୁରୁଜନଙ୍କୁ ନମସ୍ତେ କୁହାଯାଇପାରିବ। ଭଗବାନଙ୍କୁ ମଧ୍ୟ ପ୍ରାର୍ଥନା କଲେ ନମସ୍ତେ କୁହାଯାଇପାରିବ। ଗୁରୁଜନ ବା ଆଦରଣୀୟ ବ୍ୟକ୍ତିମାନଙ୍କୁ ନମସ୍ତେ କହି ସମ୍ମାନ ଜଣାଇବା ଜରୁରୀ। ସେଥିପାଇଁ ନମସ୍ତେ ଶବ୍ଦର ବ୍ୟବହାର କରାଯାଏ। କାରଣ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଦ୍ବାରପାଳମାନେ ମଧ୍ୟ ସ୍ବାଗତ କରିବା ପାଇଁ ନମସ୍ତେ ଶବ୍ଦର ପ୍ରୟୋଗ କରନ୍ତି।

{"id":150990}

ହେଲେ ନମସ୍କାର ତଥା ଶେଷରେ ଲାଗିଥିବା ସ୍କାରର ଅର୍ଥ ହେଉଛି ଟିକେ ଭିନ୍ନ ଭାବନା । ଏହା ହେଉଛି ଗ୍ରହଣ କରିବାର ଭାବନା। ତେବେ ନମସ୍କାରର ବ୍ୟବହାର ମିତ୍ର ବା ସହକର୍ମୀମାନଙ୍କୁ କହି ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଯେତେବେଳେ ଅନେକ ଲୋକଙ୍କୁ ଏକା ସହ ସମ୍ମାନ ଦିଆଯାଏ ସେତେବେଳେ ନମସ୍କାର କହିବା ଅଧିକ ଠିକ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.