Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କୁକୁଡା ଅଣ୍ଡା ନା ବତକ ଅଣ୍ଡା! କେଉଁଟି ଅଧିକ ଉପକାରୀ…

18/12/2019 at 3:32 PM

ସ୍ବାଦିଷ୍ଟ ଖାଦ୍ୟ ଖାଇବା କାହାକୁ ବା ପସନ୍ଦ ନୁହେଁ। ହେଲେ ଏମିତି ବହୁତ କମ ଆଇଟମ୍ ରହିଛି ଯାହା ସ୍ବାଦିଷ୍ଟ ହେବା ସହ ପୁଷ୍ଟିକର ମଧ୍ୟ । ଏପରି ଖାଦ୍ୟଟିଏ ହେଲା ଅଣ୍ଡା । ଯାହା ଖାଇବା ପାଇଁ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ଅନେକ ମାତ୍ରାରେ ହିତକର। ଅଣ୍ଡା ଖାଇଲେ ଶରୀରକୁ ପ୍ରୋଟିନ, ଭିଟାମିନ ମିଳିଥାଏ।

ଏହା ସହ ଅଣ୍ଡା ଶରୀରକୁ ମଜବୁତ କରିଥାଏ। କାରଣ ଅଣ୍ଡାରେ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ।ସେଥିଲାଗି ସୁନ୍ଦର ଏବଂ ଉତ୍ତମ  ସ୍ବାସ୍ଥ୍ୟ ପାଇଁ  ଅଣ୍ଡାର ଗୁରୁତ୍ୱ ବେଶି । ହେଲେ ଅଧିକାଂଶ ଲୋକେ ଜାଣିନଥିବେ ଯେ, ବତକ ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ତେବେ କୁକୁଡା ଅଣ୍ଡା ଓ ବତକ ଅଣ୍ଡା ମଧ୍ୟରୁ କେଉଁ ଅଣ୍ଡା ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ଜାଣନ୍ତୁ ।

କୁକୁଡା ଅଣ୍ଡାର ଓଜନ ୫୦ ଗ୍ରାମ ଥିବାବେଳେ ବତକ ଅଣ୍ଡାର ଓଜନ ୭୦ ଗ୍ରାମ । ବତକ ଅଣ୍ଡାର ସେଲ୍‌ ବା ଖୋଳପା କୁକୁଡା ଅଣ୍ଡାଠାରୁ ଟିକେ ମୋଟା ଥାଏ। ବତକ ଅଣ୍ଡା ଅନେକ ଦିନ ପର୍ୟ୍ୟନ୍ତ ରହିଲେ ବି ଖରାପ ହୁଏ ନାହିଁ। ବତକ ଅଣ୍ଡାର ଏଲ୍‌ବ୍ୟୁମିନ୍‌(ଧଳା ଭାଗ)ଅଧିକ ଥାଏ। ସେଥିପାଇଁ ବତକ ଅଣ୍ଡା କେକ୍‌ ଓ ଅନ୍ୟାନ୍ୟ ବେକ୍‌ଡ କରାଯାଉଥିବା ଖାଦ୍ୟ ପଦାର୍ଥ ତିଆରିରେ ବ୍ୟବହାର ହୋଇଥାଏ। ବତକ ଅଣ୍ଡାରେ ଓମେଗା ୩ର ମାତ୍ରା ମଧ୍ୟ ଅଧିକ ଥାଏ।  

ତେବେ ବତକ ଅଣ୍ଡା ଓ କୁକୁଡା ଅଣ୍ଡାର ସ୍ବାଦରେ କୌଣସି ତଫାତ ନଥାଏ। ବତକଅଣ୍ଡାରୁ ୯ ଗ୍ରାମ ପ୍ରୋଟୀନ ମିଳେ କିନ୍ତୁ କୁକୁଡା ଅଣ୍ଡାରୁ ୬ ଗ୍ରାମ ପ୍ରୋଟୀନ ମିଳେ।  ତେବେ କୁକୁଡା ଅଣ୍ଡାରେ କାର୍ବୋହାଇଡ୍ରେଟ୍‌ ନଥାଏ ହେଲେ ବତକ ଅଣ୍ଡାରେ ୧ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଛି। ମୋଟାମୋଟି କହିଲେ, ବତକ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। କିନ୍ତୁ ଲୋକେ ଅଧିକ ମାତ୍ରାରେ କୁକୁଡା ଅଣ୍ଡା ଖାଆନ୍ତି। କାରଣ ଏହାର ଉତ୍ପାଦନ ଅଧିକ ହୁଏ ଓ ବତକ ଅଣ୍ଡା ବଜାରରେ ଅଧିକ ମିଳେନାହିଁ।

   Related Posts