ଝାରସୁଗୁଡ଼ା ବିମାନ ବନ୍ଦର ଅଚଳ ପ୍ରସଂଗରେ ବିଧାୟକ ନବ ଦାସଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଂକୁ ଭେଟିଲେ ବିଭିନ୍ନ ସଂଗଠନ

Published By : Prameya-News7 Bureau | October 27, 2018 IST

ଝାରସୁଗୁଡ଼ା ;୨୭/୧୦- ଝାରସୁଗୁଡ଼ା ବିମାନ ବନ୍ଦର ଅଚଳ ପ୍ରସଂଗରେ ମୁଖ୍ୟମନ୍ତ୍ରୀଂକୁ ଭେଟିଲେ ବିଭିନ୍ନ ସଂଗଠନ । କଂଗ୍ରେସ ବିଧାୟକ ନବ ଦାସଂକ ନେତୃତ୍ଵରେ ମୁଖ୍ୟ ମନ୍ତ୍ରୀଂକୁ ଭେଟିଛନ୍ତି ବିଭିନ୍ନ ସଂଗଠନ  । ବିମାନ ବନ୍ଦର ନାମ ପରିବର୍ତ୍ତନ ନେଇ ନିଜେ ଘୋଷଣା କରିଥିଲେ ମାନନୀୟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମଧ୍ୟ ଖର୍ଚ୍ଚ ବହନ କରିବେ ବୋଲି ଦେଇଥିଲେ ପ୍ରତିଶୃତି । ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ନାମ ପରିବର୍ତ୍ତନ କରାଗଲା ନାହିଁ କି ବିମାନ ଚଳାଚଳ କଲାନାହିଁ । ମାସକ ଭିତରେ ବିମାନ ଉଡ଼ାଣ ନାଁ ଘୋଷଣା କରା ନ ଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ଗତମାସ ୨୨ ତାରିଖରେ ଓଡ଼ିଶାର ୨ୟ ବିମାନ ବନ୍ଦରକୁ ଉଦଘାଟନ କରିଥଲେ ପ୍ରଧାନମନ୍ତ୍ରୀ । ହେଲେ ମାସେ ବିତିଯାଇଥିଲେ ମଧ୍ୟ ବିମାନ ଚଳାଚଳ ଏ ପର୍ଯ୍ୟନ୍ତ ଯାଏଁ ବିମାନ ଚଳାଚଳ କରିପାରିନାହିଁ । ବିମାନ ବଂଦରରୁ ୩୨୦ ବୋଇଂ ବିମାନ ଉଡ଼ିବାର  ଲାଇସେନ୍ସ ଥିଲେ ମଧ୍ୟ କୌଣସି ବ୍ୟବସାୟିକ  ବିମାନ ଚଳାଚଳ କରିନାହିଁ । ଉଡ଼ାନ ଯୋଜାନରେ ବିମାନ ଚାଲିବା ବନ୍ଦ ହୋଇଥିବା ଜଣାପଡ଼ିଛି । ବିମାନ ବନ୍ଦର ଉଦଘାଟନ କଲାବେଳେ ଆମର ଦୁଇଟି ଦାବୀ ଥିଲା ।ପ୍ରଥମଟି ହେଲା ବିମାନ ବନ୍ଦର ନାମ ପରିବର୍ତ୍ତନ ଓ ଦ୍ଵିତୀୟଟି କମର୍ସିଆଲ ବିମାନ ଉଡ଼ାଣ ।ଗୋଟିଏ ମାସ ଭିତରେ   ଯଦି ଆମର ଦାବୀ ପୂରଣ ନ ହୁଏ ଦଳମତ ନିର୍ବିଶେଷରେ  ଆମେ  ସବୁ ଦଳ ଆନ୍ଦୋଳନକୁ ଓହ୍ଲେଇବୁ ବୋଲି  କହିଛନ୍ତି ବିଧାୟକ ନବଦାସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.