Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଆପଣଙ୍କ ପାଖରେ ବି ଆରାମ କରିବାକୁ ଯଥେଷ୍ଟ ସମୟ ନାହିଁ କି ? ଥକାପଣ ଦୂର କରିବାକୁ ସେବନ କରନ୍ତୁ ଏହିସବୁ ଜିନିଷ

6/09/2020 at 7:10 PM

ଭୁବନେଶ୍ୱର ୦୬/୦୯ : ସାଧାରଣତଃ ମଣିଷର ମୁହଁର ରଙ୍ଗ ଓ ତ୍ୱଚା ଜାହିର କରିଦିଅ ଯେ ସେ ହାଲିଆ ହୋଇଯାଇଛନ୍ତି | ହାଲିଆ ହୋଇଥିବା ଲୋକଙ୍କ ଆଖି ଚାରିପାଖରେ କଳା ଘେରା ହୋଇଯାଏ | କିନ୍ତୁ ଭଲ ନିଦ ହେବାପରେ ଥକାପଣ ଦୂର ହୋଇଥାଏ | କିନ୍ତୁ ଯଦି ଆପଣଙ୍କ ପାଖେ ଆରାମ କରିବାକୁ ଯଥେଷ୍ଟ ସମୟ ନାହିଁ ଏବଂ ଆପଣ ଫ୍ରେଶ ରହିବାକୁ ଚାହୁଁଛନ୍ତି ତାହେଲେ ସଠିକ ଆହାର ମଧ୍ୟ ବିକଳ୍ପ ହୋଇପାରେ | ଜାଣନ୍ତୁ କିଭଳି ଆହାର ଆପଣଙ୍କୁ ଫ୍ରେସ ରଖିବା ଓ ଥକାପଣ ଦୂର କରିବ |

ଗ୍ରୀନ ଟି ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର | ଗ୍ରୀନ ଟ୍ରି ସେବନ କରିବା ଦ୍ୱାରା ଆପଣଙ୍କ ତ୍ୱଚା ସବୁବେଳେ ସୁସ୍ଥ ରହିବ | ଗ୍ରୀନ ଟି ପଲିଫେନଲ ରହିଛି ଯାହା ତ୍ୱଚାର କୋଷକୁ ପୁଣି ସକ୍ରିୟ କରିଥାଏ | ଫଳରେ ତ୍ୱଚାର ଯୌବନ ଫେରି ଆସିଥାଏ | ଏହା ରିଂକଲ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |

ସାଲମନ ମାଛ – ସାଲମନ ମାଛରେ ଅନେକ ମାତ୍ରାରେ ପୋଷାକ ତତ୍ୱ ରହିଛି | ଏହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ | ଏହା ତ୍ୱଚାର ସୁଜନ କମ କରି ସ୍ଥିତି ସୁଧାରିଥାଏ | ସାଲମନ ମାଛ ସେବନ ସ୍ୱର ଶରୀରର ହାଇଡ୍ରେଟେଡ଼ ମାତ୍ରା ବୃଦ୍ଧି ପାଇଥାଏ |

ଓ଼ମେଗା ଓ଼ମେଗା ୩ ଫେଟି ଏସିଡରେ ମ୍ୟାଗନେସିୟମ ଭଳି ପୋଷାକ ତତ୍ୱ ରହିଛି ଯାହା ତ୍ୱଚାରେ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ | ଫଳରେ ତ୍ୱଚା ସୁସ୍ଥ ଓ ସୁନ୍ଦର ହୋଇଥାଏ | ଅଧିକ ପରିମାଣରେ ପାଣି ପିଇଲେ ତ୍ୱଚା ସବୁବେଳେ ହାଇଡ୍ରେଟେଡ଼ ରହେ | ତ୍ୱଚାକୁ ସୁନ୍ଦର ଓ ହାଇଡ୍ରେଟେଡ଼ ରଖିବା ପାଇଁ ଆବଶ୍ୟକୀୟ ପରିମାଣର ପାଣି ପିଇବା ନିହାତି ଜରୁରୀ | ହାଇଡ୍ରେଟେଡ଼ ରହିଲେ ଅଧିକ ଆକର୍ଷଣୀୟ ଓ ଫ୍ରେଶ ଦେଖାଯାନ୍ତି | 

ଅଖରୋଟବାଦାମ ଅଖରୋଟ ଓ ବାଦାମରେ ଭିଟାମିନ-ଇ ରହିଛି | ୩୦ ଗ୍ରାମ ବାଦାମ ମଣିଷ ଶରୀରର ଗୋଟିଏ ଦିନର ୭୦ ପ୍ରତିଶତ ଆବଶ୍ୟକତାକୁ ପୁରା କରିଥାଏ | ଅଖରୋଟରେ ଭରପୁର ମାତ୍ରାରେ ଓ଼ମେଗା ୩ ଫେଟି ଏସିଡ ଓ ଭିଟାମିନ-ଇ ରହିଥାଏ | ପ୍ରତିଦିନ ଅଖରୋଟ ଖାଇଲେ ତ୍ୱଚା ଚମକଦାର ଓ ଆକର୍ଷଣୀୟ ହୋଇଥାଏ |

ପାଳଙ୍ଗ ଶାଗ ପାଳଙ୍ଗ ଶାଗରେ ଭିଟାମିନ-ଏ ଓ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି | ଏହା ତ୍ୱଚାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ସହ ରିଂକଲ ଫ୍ରି କରିବାରେ ସାହାଯ୍ୟ କରିଥାଏ | ବାୟୁ ପ୍ରଦୂଷଣ ଯୋଗୁଁ ଶରୀରରେ ସୃଷ୍ଟି ହେଉଥିବା ମଇଳା ମଧ୍ୟ ସଫା କରିବାରେ ସାହାଯ୍ୟ କରିଥାଏ | 

   Related Posts