ଓଲଟିଲା ଡିଜେଲ ବୋଝେଇ ଟ୍ୟାଙ୍କର, ଜାରକିନ୍ ଧରି ଲାଇନ୍ ଲଗାଇଲେ ଲୋକେ
19/12/2019 at 5:25 PM

ଜୟପୁର ୧୯।୧୨: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିକଟରେ ଓଲଟିଲା ଡିଜେଲ ବୋଝେଇ ଟ୍ୟାଙ୍କର। ବିଶାଖାପାଟଣାରୁ ରାୟପୁର ଯାଉଥିବା ଏହି ଟ୍ୟାଙ୍କର ହନୁମାନ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଦିନ ପ୍ରାୟ ୧ଟା ୩୦ମିନିଟରେ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୨୬ରେ ଏହି ଦୁର୍ଘଟଣା ଘଟିଥିଲା ।

ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ, ସମସ୍ତେ ପହଞ୍ଚିଥିଲେ । ଲୋକମାନେ ଓଲଟି ପଡିଥିବା ଟ୍ୟାଙ୍କରରୁ ତେଲ ବୋହି ନେବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା ଯାହାକି ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଦିନ ତଳେ କୋରାପୁଟ ଘାଟିରେ ବି ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଥିଲା।
Related Posts
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021