କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ

Published By : Prameya-News7 Bureau | June 22, 2021 IST

ଚଣ୍ଡିଖୋଲ ୨୨।୬: ଚୋରା ଡିଜେଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ଆରୁହା ଛକରେ ଏକ କ୍ୟାବିନରୁ ୨୦୦ ଲିଟର ଡିଜେଲ ଜବତ କରିଛି ଧର୍ମଶାଳା ପୋଲିସ । ଦୀର୍ଘ ଦିନ ଧରି ଏଠାରେ ବିଭିନ୍ନ ତେଲ ଟ୍ୟାଙ୍କରରୁ ଡିଜେଲ କମ୍ ଦାମରେ କଢାଯାଇ ଅନ୍ୟତ୍ର ବିକ୍ରି କରାଯାଉଛି । ତେଲ ଟ୍ୟାଙ୍କର ଡ୍ରାଇଭର ଓ ତେଲ ବେପାରୀ ମିଶି ଡିଜେଲକୁ ବିକ୍ରି କରି ମାଲେମାଲ ହେଉଛନ୍ତି ।

{"id":469447,"width":749,"height":400,"sizeSlug":"large","linkDestination":"none"}

ଯାହାକୁ ନେଇ ଧର୍ମଶାଳା ପୋଲିସ ଚଢାଉ କରି କ୍ୟାବିନରେ ଗଚ୍ଛିତ ଥିବା ୨୦୦ ଲିଟର ଡିଜେଲ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ମଧ୍ୟ ଶ୍ରୀରାମପୁରଠାରେ ମଧ୍ୟ ପୋଲିସ ଚଢାଉ କରି ଡିଜେଲ ଜବତ କରିଥିଲା । ବର୍ଷ ବର୍ଷ ଧରି ୫୩ ନମ୍ବର ଜାତୀୟ ରାଜପଥରେ ଏହିଭଳି ବେଆଇନ ଚୋରା ତେଲ କାରବାର ଚାଲୁ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.