ମହଙ୍ଗା ମାଡ଼: ବଜାରରେ ପଡିଲା ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ, ଫଳ ଓ ପନି ପରିବା ଦର ଆକାଶ ଛୁଆଁ

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୬:  ଲଗାତାର ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ବଜାରରେ ଅନୁଭୂତ ହେଉଛି। ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ବଜାରରେ ଫଳ ଓ ପନିପରିବା  ମହଙ୍ଗା ହେବା ଏବେ ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରିଛି। ଆଗକୁ ଅତ୍ୟାବସକୀୟ ସାମଗ୍ରୀରେ ମଧ୍ୟ ଏହି ପ୍ରଭାବ ପଡିପାରେ ଯାହା ଲୋକଙ୍କ କ୍ରୟ କ୍ଷମତା ହ୍ରାସ କରିବ ବୋଲି ଏବେଠୁ ଆଶଙ୍କା କରାଗଲାଣି।

{"id":292425,"sizeSlug":"large"}

ଦିଲ୍ଲୀ ଆଜାଦପୁର ମଣ୍ଡିର ଜନୈକ ବ୍ୟବସାୟୀ ମାଲଭଡା ବୃଦ୍ଧି ଯୋଗୁ ବଜାର ମହଙ୍ଗା ହେଉଥିବା କହିଛନ୍ତି। କେବଳ ପନିପରିବା କି ଫଳ ନୁହେଁ ଅନ୍ୟ ସାମଗ୍ରୀର ମଧ୍ୟ ମୂଲ୍ୟ ବଢୁଥିବା ବ୍ୟବସାୟୀ କହିଛନ୍ତି। ଯଦିଓ ବଜାରକୁ ଯୋଗାଣ ବଢିଛି ହେଲେ ପରିବହନ ଭଡା ବୃଦ୍ଧି ମୂଲ୍ୟବୃଦ୍ଧିର କାରଣ ପାଲଟିଛି। ଏଣୁ ଗ୍ରାହକ ତାଙ୍କ ବଜେଟ୍‌କୁ ଦେଖି ଖର୍ଚ୍ଚ କରୁଥିବା ବେଳେ ବଜାରରେ ସାମଗ୍ରୀ ବିକ୍ରି ହୋଇ ନପାରି ଗଦା ହୋଇ ରହୁଛି ବୋଲି ସେ କହିଛନ୍ତି।

{"id":292426,"sizeSlug":"large"}

ଦେଶରେ ଜୁନ୍‌ ୧ ତାରିଖ ପରଠାରୁ ଲଗାତାର ତୈଳ ଦର ବଢିବଢି  ଚାଲିଛି। ଫଳରେ ଟ୍ରକ୍‌ ଭଡାରେ ୧୦ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଟ୍ରାନ୍ସପୋର୍ଟର କହିଛନ୍ତି।  ଲକଡାଉନ୍‌ ପରେ ସବୁ କ୍ଷେତ୍ରରେ ଯୋଗାଣ ବୃଦ୍ଧି ସହ ନିଜ ଉତ୍ପାଦ ବିକ୍ରି ଉପରେ ସମସ୍ତେ ଜୋର ଦେଉଛନ୍ତି। ଏଥିରେ ତୈଳ ମୂଲ୍ୟବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ସେମାନଙ୍କ ଉପରେ ବେଡି ଉପରେ କୋରଡା ସଦୃଷ ହୋଇଛି। ଏପରି ଅଚାନକ ମୂଲ୍ୟବୃଦ୍ଧି ମଧ୍ୟମବର୍ଗୀୟଙ୍କ ଉପରେ ଏବେ ଚାପ ସୃଷ୍ଟି କରିଛି।

{"id":292427,"sizeSlug":"large"}

ଡିଜେଲ ମୂଲ୍ୟବୃଦ୍ଧି ଯୋଗୁ ଟ୍ରକ୍‌ ଓ ଅନ୍ୟ ପରିବହନରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି ହୋଇଥିବା ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ(ଏଆଇଏମଟସି) କହିଛି। ତେବେ ମୂଲ୍ୟବୃଦ୍ଧି ପ୍ରଭାବରୁ ଗ୍ରାହକଙ୍କୁ ମୁକ୍ତ ରଖିବା ଲାଗି ଟ୍ରକ୍ ଅପରେଟରମାନେ ପାରୁପର୍ଯ୍ୟନ୍ତେ ଉଦ୍ୟମ କରୁଥିବା କାର୍ଯ୍ୟକର୍ତ୍ତା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.