ବର୍ଷକରେ ଲିଟରେ ଡିଜେଲ ହେଲାଣି ୧୯ ଟଙ୍କା ମହଙ୍ଗା, ଚିନ୍ତାରେ ଟ୍ରାନ୍ସପୋର୍ଟର

Published By : Prameya-News7 Bureau | June 19, 2021 IST

ନୂଆଦିଲ୍ଲୀ ୧୯।୬: ତୈଳ କମ୍ପାନୀଙ୍କ ମୂଲ୍ୟ ସୁଧାର ଏବେ ଦେଶର ଟ୍ରାନ୍ସପୋର୍ଟରଙ୍କ ଲାଗି ସ୍ଲୋ ପଏଜନ ସାବ୍ୟସ୍ତ ହେଉଛି। ବର୍ଷକରେ ଡିଜେଲ ଲିଟର ପିଛା ମୂଲ୍ୟରେ ୧୯ ଟଙ୍କା ବଢିଲାଣି। ହେଲେ ଟ୍ରାନ୍ସପୋର୍ଟର ସେହି ପୁରୁଣା ଦରରେ ପରିବହନ ସେବା ଯୋଗାଇବାକୁ ବାଧ୍ୟ ହେଉଛନ୍ତି। ଛୋଟମୋଟ ପରିବହନକାରୀ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ସେମାନଙ୍କ ଗାଡ଼ି ଛିଡା କରିସାରିଲେଣି। ତେବେ ଯେଉଁମାନେ ଚଳାଇ ରଖିଛନ୍ତି ସେମାନେ ପ୍ରତି ଦିନ ବାହନ ପିଛା ୧ ହଜାର ଟଙ୍କା କ୍ଷତି କରୁଥିବା କହୁଛନ୍ତି।

{"id":468455,"sizeSlug":"large","linkDestination":"none"}

୨୦୨୦ ମେ-ଜୁନ ମାସରେ ଡିଜେଲ ଲିଟର ପିଛା ଦର ୬୭ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଚଳିତବର୍ଷ ଏହା ୯୦ ଟଙ୍କା ପାର କରିଗଲାଣି। ଏଥିରେ ବି ଟ୍ରାନ୍ସପୋର୍ଟର ପ୍ରତି କ୍ୱିଣ୍ଟାଲ ୨୦ ଟଙ୍କା ଦରରେ ପରିବହନ କରୁଛନ୍ତି। ଏଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ରୁଦ୍ରପୁରର ଟ୍ରାନ୍ସପୋର୍ଟର ପଙ୍କଜ ବାଙ୍ଗା ଦାବି କରିଛନ୍ତି। ରୁଦ୍ରପୁରରେ ୨୦୦ରୁ ଅଧିକ ଟ୍ରାନ୍ସପୋର୍ଟ କାମ କରୁଛି। ଏମାନଙ୍କ ଅଧିନରେ ମାଲ ବୋହିବା ଲାଗି ୩ହଜାରରୁ ଅଧିକ ଛୋଟବଡ଼ ବାହନ କାମ କରୁଛନ୍ତି। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ସେବା ଯୋଗାଇ ଦେବାକୁ ରାଜି ହେଉ ନାହାନ୍ତି।

{"id":468460,"sizeSlug":"large","linkDestination":"none"}

ଗୋଟିଏ ପଟେ ଟ୍ରାନ୍ସପୋର୍ଟ ଭଡା ସୁଧାର କରୁନଥିବା ବେଳେ ପ୍ରତିମାସରେ ତୈଳ କମ୍ପାନୀମାନେ କିନ୍ତୁ ଦର ସୁଧାର କରିଦେଉଛନ୍ତି। ଏଥିରେ ଯାନବାହନ ସ୍ପେୟାରପାର୍ଟ ଦର ସାଙ୍ଗକୁ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବଢିବଢି ଚାଲିଛି। କର୍ମଚାରୀଙ୍କ ବେତନ ଓ ରାସ୍ତାଘାଟ କଥା ହିସାବକୁ ନେଲେ ଟ୍ରାନ୍ସପୋର୍ଟରେ ଗାଡ଼ି ଚଳାଇବା ଏବେ ଆଉ ସମ୍ଭବ ନୁହେଁ ବୋଲି ବାହନ ମାଲିକମାନେ କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.