ଘାଟିରେ ଓଲଟିଲା ଡିଜେଲ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ସାମାନ୍ୟ ଆହତ
22/01/2021 at 3:13 PM

କୋରାପୁଟ ୨୨।୧: କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଡିଜେଲ ବୋଝେଇ ଟ୍ୟାଙ୍କର । ଟ୍ୟାଙ୍କରଟି ଗୁରୁବାର ବିଶାଖାପାଟଣାଠାରୁ ରାୟପୁର ଅଭିମୁଖେ ବାହାରିଥିଲା । କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ହେଲପର ସୁରକ୍ଷିତ ଥିବା ଜଣାପଡିଛି ।

ଘଟଣାସ୍ଥଳରେ ଜୟପୁର ଅଗ୍ନିଶମ ବିଭାଗର କର୍ମଚାରୀ ସହ ସଦର ଥାନା ପୋଲିସ ଉପସ୍ଥିତ ଥିବା ଜଣାପଡିଛି । ଗାଡ଼ିରେ ୨୪୦୦୦ ଲିଟର ଡିଜେଲ ଥିବାବେଳେ କାହାର କୌଣସି କ୍ଷତି ହୋଇନଥିବା ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
Related Posts
ଜଳୁଛି ଜଙ୍ଗଲ, କେବେ ନିଆଁ ଲିଭିବ କହିପାରୁ ନାହାଁନ୍ତି ଡିଏଫଓ
9 March 2021