କମ୍ପାନୀରୁ ଚୋରି କରୁଥିଲେ ଡିଜେଲ, ୩ ଗିରଫ

Published By : Prameya-News7 Bureau | November 13, 2021 IST

ପାଟଣା, ୧୩|୧୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ ଡିଜେଲ ଚୋରି ଅଭିଯୋଗରେ ଏକ ଠିକା ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନୟୋଜିତ ଏକ ଠିକା ସଂସ୍ଥାରେ ନିୟୋଜିତ ଥିଲେ ।

ଗିରଫ ୩ କର୍ମଚାରୀ ହେଲେ ଉତ୍ତର ପ୍ରଦେଶ ବଳିଆ ଜିଲ୍ଲା ମୁନଛାପରା ଗ୍ରାମର ଗୁଲ ମହମ୍ମଦ, ବିହାର ଜାହାନାବାଦ ଜିଲ୍ଲାର ଫିଦାହୁସେନ ଗ୍ରାମର ଏମ୍ ଡି ସରାଫାତ ଓ ଝାଡଖଣ୍ଡ  ମରାଡି ଜିଲ୍ଲା ନିଚିତାପୁର ଗ୍ରାମର ଏମଡି ଆତାବୁଦ୍ଦିନ ଆନସାରି।  ଗତ ବୁଧବାର ରାତିରେ ସେମାନେ ଏକ କମ୍ପାନୀର  ଡୁମୁରିଗୋଡ଼ା ସ୍ଥିତ କ୍ୟାମ୍ପରୁ ଡିଜେଲ ଚୋରି କରୁଥିବା ବେଳେ ଅନ୍ୟ କର୍ମଚାରୀଙ୍କ ହାବୁଡ଼ରେ ପଡି ଯାଇଥିଲେ । ଏନେଇ କମ୍ପାନୀର ସିନିୟର ମ୍ୟାନେଜର ଚିନ୍ମୟ ଶତପଥୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ତୁରୁମୁଙ୍ଗା ପୋଲିସ ୫୫ ଲିଟର ଡିଜେଲ ଜବତ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମଦନ ମୋହନ ନାଏକ ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.